(କଟକ ମହିଧରପଡା ରୁ ବୁଲୁ ପାତ୍ରଙ୍କ ରିପୋର୍ଟ) : କଟକ ସଦର ଥାନା ଅନ୍ତର୍ଗତ ନଗରୀ ପଞ୍ଚାୟତର ମହିଧରପଡା ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ହନୁମାନ ମନ୍ଦିର ବିଗ୍ରହ ପ୍ରତିଷ୍ଠା ବାର୍ଷିକ ମହାଯଜ୍ଞ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ସକାଳେ ହନୁମାନ ଚାଳିଶା ପାଠ ସାଙ୍ଗକୁ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଯଜ୍ଞର ପୂର୍ଣ୍ଣାହୁତି ଦିଆଯାଇ ଯଜ୍ଞ କାର୍ଯ୍ୟ ସମାପନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମହିଧରପଡା ଗ୍ରାମର ସମସ୍ତ ଯୁବକ, ମୁରବୀ, ଗ୍ରାମର ସମସ୍ତ ମହିଳା ଙ୍କ ଠାରୁ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତେ ଉପସ୍ଥିତ ରହି ପୂର୍ଣ୍ଣାହୁତି କାର୍ଯ୍ୟ ରେ ସାମିଲ୍ ହୋଇଥିଲେ । ଯଜ୍ଞ ପୂର୍ଣ୍ଣାହୁତି ସରିବା ପରେ ଆତସବାଜି ପ୍ରଦର୍ଶନ ସାଙ୍ଗକୁ ଓଡ଼ିଶୀ ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରିଥିଲେ । ଏଥିରେ ଆଖପାଖ ଗ୍ରାମର ବହୁ ନିମନ୍ତ୍ରିତ ବ୍ୟକ୍ତି ଯୋଗ ଦେଇଥିଲେ । ଶାନ୍ତି ଶୃଙ୍ଖଳାର ସହିତ ଯଜ୍ଞ କାର୍ଯ୍ୟ ଶେଷ ହୋଇଥିଲା । ଗ୍ରାମର ସମସ୍ତ ଯୁବକ ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ରହି ଯଜ୍ଞ କାର୍ଯ୍ୟକୁ ସମାପନ କରିଥିଲେ । ଶେଷରେ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା


