Img 20250606 wa0142

ମୟୁରଭଞ୍ଜ :ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ-୨୦୨୫ ଅନୁଷ୍ଠିତ

ରାଜ୍ୟ

ବାରିପଦା: ଆଜି ସ୍ଥାନୀୟ ମୁର୍ଗାବାଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ସାରସକଣା ବିଧାୟକ ଶ୍ରୀ ଭାଦବ ହାଁସଦା, ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦାଙ୍କ ସମେତ, ଜିଲ୍ଲାପାଳ ତଥା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ହେମକାନ୍ତ ସୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ବାରିପଦା ଉପଜିଲ୍ଲାପା ଡା | ଦୟା ସିନ୍ଧୁ ପରିଡା, କରଞ୍ଜିଆ ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ କୁମାର ଦାସ, ଜିଲ୍ଲା ଜରୁରୀ କାଳୀନ ପରିଚାଳନା ଅଧିକାରିଣୀ ଶ୍ରୀମତୀ ଶ୍ରଦ୍ଧା ସୁମନ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳାର ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୌରପାଳିକା ଓ ବିଜ୍ଞlପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ବିଭିନ୍ନ ଜିଲ୍ଲା ସ୍ତରୀୟ ପଦାଧିକାରୀ ଓ ଲାଇନ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ବର୍ଷା ଋତୁ ରେ ସମ୍ଭାବ୍ୟ ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯୟ ର ମୁକାବିଲା ପାଇଁ ପ୍ରାକ ପ୍ରସ୍ତୁତି, ସତର୍କତା ମୂଳକ ପଦକ୍ଷେପ ଗ୍ରହଣ ପୂର୍ବକ ଉଦ୍ଧାର ଓ ରିଲିଫ ପ୍ରଦାନ ଆଦି କାର୍ଯ୍ୟର ସୁପରିଚାଳନା କରାଯିବା ନେଇ ଜିଲ୍ଲା ଜରୁରୀ ବିଭାଗ ଦ୍ୱାରା ଉପସ୍ଥାପିତ କାର୍ଯ୍ୟସୂଚୀ ଆଧାରରେ ବିପର୍ଯ୍ୟୟ ପରିଚାଳନା ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ସମ୍ପର୍କ ରେ ସବିଶେଷ ଆଲୋଚନା ରେ ଅଂଶ ଗ୍ରହଣ କରି ମତାମତ ରଖିଥିଲେ |

ପ୍ରାରମ୍ଭ ରେ ଜିଲ୍ଲା ଜରୁରୀକାଳୀନ ପରିଚାଳନା ଅଧିକାରିଣୀ ଶ୍ରୀମତୀ ଶ୍ରଦ୍ଧା ସୁମନ ସମସ୍ତ ଙ୍କୁ ସ୍ୱାଗତ ଜଣାଇ ଚଳିତ ବର୍ଷ ବର୍ଷା ଋତୁ ରେ ସମ୍ଭlବ୍ୟ ବନ୍ୟା, ଝଡବାତ୍ୟା ଜନିତ ବିପର୍ଯ୍ୟୟ ର ମୁକାବିଲା ଓ ପରିଚାଳନା ସମ୍ପର୍କ ରେ ଆଲୋକପାତ କରିଥିଲେ |
ବୈଠକ ରେ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀ ସୟ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ର ରେ ଏସ ଆର ସି ରିଲିଫ କୋର୍ଡ ଆଧାରିତ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର ନିର୍ଦେଶାବଳି ଅନୁସାରେ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରାକ ପ୍ରସ୍ତୁତି ଉଦ୍ଧାର ଓ ଥଇଥାନ ଆଦି ଦିଗ ପ୍ରତି ଧ୍ୟାନ ଦେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କାର୍ଯ୍ୟକ୍ରମ ତରାନ୍ୱିତ କରାଯିବା ଦିଗରେ ଜିଲ୍ଲାର ସମସ୍ତ ବି | ଡି | ଓ |, ତହସିଲଦାର ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି | ବିପର୍ଯ୍ୟୟ ସମୟ ରେ କ୍ଷୟ କ୍ଷତି ଜନିତ ଘରଭଙ୍ଗା,ଉଚିତ ସମୟରେ ଅନୁକମ୍ପା ରାଶି ସହାୟତା ପ୍ରଦାନ କରାଯିବା ନିମନ୍ତେ ଏସ ଆର ସି ଙ୍କ ଦ୍ୱାରା ନିର୍ଧାରିତ ହୋଇଥିବା ନିର୍ଦେଶାବଳି ଅନୁସାରେ ୩ଦିନ ମଧ୍ୟରେ କ୍ଷୟ କ୍ଷତି ର ପ୍ରାଥମିକ ସବିଶେଷ ସଠିକ ବିବରଣୀ ଏସ ଆର ସି ଙ୍କ ନିକଟକୁ ପଠାଇବା ଦିଗରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ତତ୍ପରତା ସହିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ |ସେହିପରି ବର୍ଷା ଋତୁ ରେ ବଜ୍ରପାତ /ସର୍ପlଘାତ ଜନିତ ଜୀବନ ହାନି /ମୃତ ବ୍ୟକ୍ତି ଙ୍କ ପରିବାର ସଦସ୍ୟ ଙ୍କ ପାଇଁ ଉଦିଷ୍ଟ ଅନୁକମ୍ପା ସହାୟତା ରାଶି ପାଇବା ଦିଗରେ ମିଳିତ ତଦନ୍ତ କରି ଯଥା ଶୀଘ୍ର ମେଡିକାଲ ରିପୋର୍ଟ ଜିଲ୍ଲା ପ୍ରଶାସନ ନିକଟକୁ ପଠାଇବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ପରାମର୍ଶ ଦେଇଛନ୍ତି | ସମ୍ଭାବ୍ୟ ବନ୍ୟା ବାତ୍ୟା ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ପ୍ରାକ ପ୍ରସ୍ତୁତି ସମ୍ପର୍କ ରେ ଜିଲ୍ଲାପାଳ ସୂଚାଇବା ସହ ଏ ଦିଗରେ ସମସ୍ତ ବିଡ଼ିଓ, ତହସିଲଦାର, ଉପଜିଲ୍ଲାପାଳ, ସମ୍ପୃକ୍ତ ଲାଇନ ବିଭାଗ ଅଧିକାରୀ ମାନେ ସତର୍କ ତଥା ସଜାଗ ରହି ପରିସ୍ଥିତି ର ମୁକାବିଲା କରିବା ପାଇଁ ନିର୍ଦେଶ ଦେଇଛନ୍ତି | ଜିଲ୍ଲା ପ୍ରଶାସନ ତତ୍ୱାବଧାନ ରେ ପରିଚାଳିତ ଜିଲ୍ଲା ରେ ଥିବା ୧୦ଟି ବହୁମୁଖୀ ବନ୍ୟା/ବାତ୍ୟା ଆଶ୍ରୟ ସ୍ଥଳ ଏବଂ ସ୍ୱତନ୍ତ୍ର ଭାବେ ଚିହ୍ନଟ କରାଯାଇଥିବା ବିଭିନ୍ନ ସରକାରୀ ବିଦ୍ୟାଳୟରେ ଏକାଧିକ ନିରାପଦ ଅସ୍ଥାୟୀ ଆଶ୍ରୟ ସ୍ଥଳ ମାନଙ୍କରେ ଅତ୍ୟlବଶ୍ୟକିୟ ସାମଗ୍ରୀ ତଥା ଆନୁସଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ରଖିବା ଲାଗି ନିର୍ଦେଶ ଦିଆଯାଇଛି | ବୈଠକ ରେ ବିଶେଷ କରି ବିପର୍ଯ୍ୟୟ ପରିଚାଳନା ଓ ବନ୍ୟା ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ କଣ୍ଟିଜେନସି ପ୍ଲାନ ପ୍ରସ୍ତୁତ କରାଯିବା, ଲାଇନ ବିଭାଗ ଏବଂ ଅନ୍ୟାନ୍ୟ ବିଭାଗର କାର୍ଯ୍ୟାଳୟ ଗୁଡିକରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯିବା, ପାଣିପାଗର ସତର୍କ ସୂଚନା ପାଇଁ ସମସ୍ତ ଭି ଏଚ ଏଫ ସେଟ /ସେଟ ଲାଇଟ (ୱାରଲେସ ଫୋନ )ରେନଗେଜ ଷ୍ଟେସନ ଆଦି କାର୍ଯ୍ୟକ୍ଷମ କରାଯିବା, ଝଡ଼ବାତ୍ୟା ଓ ବନ୍ୟା ସମୟରେ ଲୋକ ମାନଙ୍କ ପାଇଁ ନିରାପଦ ଆଶ୍ରୟ ସ୍ଥଳ ରେ ପାନୀୟ ଜଳ, ଆଲୋକ, ସ୍ୱାସ୍ଥ୍ୟ ପରିମଳ ଇତ୍ୟାଦି ବ୍ୟବସ୍ଥା କରାଯିବା ସହ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ବିଷୟ ଉପରେ ବିଶଦ ଭାବେ ଆଲୋଚନା କରାଯାଇଥିଲା ଜିଲ୍ଲାର ବନ୍ୟା ପ୍ରଭାବିତ ବ୍ଲକ /ସହରାଞ୍ଚଳ ରେ ନଦୀ ଉପକୂଳ ବର୍ତ୍ତୀ ଥିବା ଦୁର୍ବଳ କେନାଲ, ନଦୀ ବନ୍ଧ,ଆଡି ବନ୍ଧ, ପୋଲ ଓ ଗମନାଗମନ ରାସ୍ତା ଚିହ୍ନଟ କରି ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ସର୍ବୋପରି ରିଲିଫ ଓ ଉଦ୍ଧାର କାର୍ଯ୍ୟ ର ସୁପରିଚାଳନା ଦିଗ ଉପରେ ବିସ୍ତୃତ ଆଲୋଚନା କରାଯିବା ସହିତ ସମସ୍ତ ବିଡ଼ିଓ ଓ ସମ୍ପୃକ୍ତ ଲାଇନ ବିଭାଗ ଏବଂ ସ୍ଥାନୀୟ ଲୋକ ପ୍ରତିନିଧି /ପଂଚାୟତ ଅନୁଷ୍ଠାନର ସଦସ୍ୟ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ ସମ୍ପାଦନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି |ତହସିଲଦାର ଙ୍କ ତତ୍ୱାବଧାନ ରେ ଆର ଆଇ ମାନଙ୍କ ଦ୍ୱାରା କଚ୍ଚା ଘରେ ବାସ କରୁଥିବା ଲୋକମାନଙ୍କର ଡାଟା ବେସ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ତହସିଲଦାର ମାନଙ୍କୁ ନିର୍ଦେଶ ଦେଇଛନ୍ତି ଯାହା ଫଳରେ ବନ୍ୟା ବାତ୍ୟାର ପ୍ରାକ ସୂଚନା ମିଳିଲେ ଅଗ୍ରାଧିକାର ଭିତ୍ତିରେ ସେହି ଲୋକମାନଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇପାରିବ ଏବଂ କାନ୍ଥ ପଡି ମୃତ୍ୟୁ ହେବା ଭଳି ଆକସ୍ମିକ ବିପଦ ରୁ ରକ୍ଷା କରିହେବ |

ବନ୍ୟା ସମୟରେ ଜଳସେଚନ ପ୍ରକଳ୍ପ, ଜଳଭଣ୍ଡାର ଓ ନଦୀ ତଟବର୍ତ୍ତୀ ଅଂଚଳ ର ସମସ୍ତ ପ୍ରାକ ପ୍ରସ୍ତୁତି କାର୍ଯ୍ୟ ତରାନ୍ୱିତ କରାଯିବା, ବନ୍ୟା ଜଳର ସ୍ଥିତି କୁ ଅନୁଧ୍ୟାନ କରିବା ଓ ଆଗୁଆ ସତର୍କ ସୂଚନା ଜଣାଇବାକୁ ମୟୁରଭଞ୍ଜ ଜଳସେଚନ /ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଙ୍କୁ ନିର୍ଦେଶ ଦିଆଯାଇଛି | ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ତତ୍ୱାବଧାନରେ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବିଶେଷ କରି ବନ୍ୟା ପ୍ରଭାବିତ ଅଂଚଳ ଓ ବହୁମୁଖୀ ବନ୍ୟା ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକ ରେ ପର୍ଯ୍ୟାପ୍ତ ପରିମାଣର ଫାଷ୍ଟ ଏଡ଼ ଜୀବନ ରକ୍ଷାକାରି ଔଷଧ, ଓଆରଏସ, ହେଲୋଜିନ ବଟିକା ଆଦି ମହଜୁଦ ରଖିବା ସହିତ ଜିଲ୍ଲାର ପ୍ରତ୍ୟେକ ୩/୪ ଜି |ପି | କୁ ନେଇ ସ୍ୱତନ୍ତ୍ର ମେଡିକାଲ ଟିମ ସମ୍ପୃକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ତତ୍ୱାବଧାନ ରେ ସ୍ୱାସ୍ଥ୍ୟ କର୍ମୀ ଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସେବା ଯୋଗାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି | ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ତତ୍ୱାବଧାନରେ ସମ୍ଭାବ୍ୟ ବନ୍ୟା ବାତ୍ୟା ପ୍ରଭାବିତ ଅଂଚଳ ରେ କୃଷି ଫସଲ ସୁରକ୍ଷା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଥିବା ବେଳେ ସେହିପରି ଗୃହପାଳିତ ପଶୁ ପକ୍ଷୀ/ ଜୀବ ମାନଙ୍କ ଆବଶ୍ୟକ ପରିମାଣ ଗୋଖାଦ୍ୟ /ଔଷଧ ଆଦି ଗଛିତ ରଖିବା ପାଇଁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଙ୍କୁ ନିର୍ଦେଶ ଦିଆଯାଇଛି |ଆଶ୍ରୟ ସ୍ଥଳୀ ପାର୍ଶ୍ଵବର୍ତ୍ତୀ ସ୍ଥାନରେ ଗୃହ ପାଳିତ ପଶୁ ଗୋରୁଗାଈ ଓ ଛେଳି ପ୍ରଭୁତି ଙ୍କ ପାଇଁ ସେଡ ନିର୍ମାଣ,ବାରିପଦା ଓ ରାଇରଙ୍ଗପୁର ଡିଭିଜନର ଗ୍ରାମ୍ୟଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀଙ୍କ ତତ୍ୱାବଧାନ ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ନଳକୂପ /ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯିବା ଓ ଆବଶ୍ୟକ ହେଲୋଜିନ ବଟିକା /ବ୍ଲିଚିଙ୍ଗ ପାଉଡର ଯୋଗାଇବା ପାଇଁ ନିର୍ଦେଶ ଦିଆଯାଇଥିବା ବେଳେ ସହରାଞ୍ଚଳ ରେ ପାଇପ ପାନୀୟ ଜଳ ଯୋଗାଣ ରେ ପାଇପ ଲାଇନ ଯାଞ୍ଚ କରି ପାନୀୟ ଜଳ ଯୋଗାଣ ପାଇଁ ୱାଟକୋ କତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି | ଏଥି ସହିତ ଦୁର୍ଗମ ଅଂଚଳରେ ପିଡିଏସ ହିତାଧିକାରୀଙ୍କୁ ପିଡିଏସ ସାମଗ୍ରୀ ବଣ୍ଟନ କରାଯିବା ଏବଂ ବନ୍ୟା ପ୍ରଭାବିତ ଅଂଚଳ ରେ ଆଶ୍ରୟ ସ୍ଥଳୀ ମାନଙ୍କ ରେ ଆବଶ୍ୟକତା ଅନୁଯାୟୀ ପାନୀୟ ଜଳ, ଆଲୋକ (ଜେନେରେଟର, ଗ୍ୟାସ ଲାଇଟ /ଟର୍ଚ୍ଚ ଲାଇଟ)ବ୍ୟବସ୍ଥା କରାଯିବା ସହ ପର୍ଯ୍ୟାପ୍ତ ପରିମାଣ ର ଚୁଡା, ଗୁଡ, ଚିନି ଆଦି ଶୁଖିଲା ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ସହିତ ଅlବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ ଯୋଗାଇଦେବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ନିର୍ଦେଶ ଦିଆଯାଇଛି | ରିଲିଫ ଓ ଥଇଥାନ କାର୍ଯ୍ୟ ର ସୁପରିଚାଳନା ପାଇଁ ସମ୍ପୃକ୍ତ ବିଡିଓ, ତହସିଲଦାର, ଉପଜିଲ୍ଲାପାଳ ତଥା ଲାଇନ ବିଭାଗ ଅଧିକାରୀ ଏବଂ ଜନପ୍ରତିନିଧି ମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରି କାର୍ଯ୍ୟ ସମ୍ପାଦନ ପାଇଁ ପରାମର୍ଶ ଦିଆଯାଇଛି |

ବନ୍ୟା ସମୟରେ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ଶକ୍ତି ଚଳିତ ଡ଼ଙ୍ଗା ବ୍ୟବସ୍ଥା କରାଯିବା,ଓଡ୍ରାଫ୍ଟ ଟିମ କୁ ପ୍ରସ୍ତୁତ ରଖିବା,ସମସ୍ତ ବ୍ଲକ, ତହସିଲ, ଥାନା, ଉପଖଣ୍ଡ /ଜିଲ୍ଲା ଜରୁରୀ କାର୍ଯ୍ୟାଳୟ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇ ଦୈନନ୍ଦିନ ବୃଷ୍ଟିପାତର ପରିମାଣ, ପାଣିପାଗ ତଥା ବିପର୍ଯ୍ୟୟ ପରିସ୍ଥିତି ସମ୍ପର୍କିତ ସୂଚନା ଜିଲ୍ଲା ଜରୁରୀ ବିଭାଗ କୁ ଜଣାଇବା ପାଇଁ ନିର୍ଦେଶ ଦିଆଯାଇଛି |ସେହିପରି ବିପର୍ଯ୍ୟୟ ସମୟରେ ଭାରତ ସଂଚାର ନିଗମ ଓ ଅନ୍ୟାନ୍ୟ ମୋବାଇଲ ସେବା ପ୍ରଦାନକାରି ସଂସ୍ଥା ମାନଙ୍କୁ ନିରବିଛିନ୍ନ ଇଣ୍ଟେର୍ନେଟ ସେବା ଯୋଗାଇ ଦେବା ପାଇଁ ପୂର୍ବରୁ ଆବଶ୍ୟକିୟ ପଦକ୍ଷେପ ନେଇ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି | ସେହିପରି ବିପର୍ଯ୍ୟୟ ସମୟରେ କୌଣସି କାରଣ ରୁ ବିଦ୍ୟୁତ ସରବରାହ ବିଛିନ୍ନ ହେଲେ ଏହାକୁ ତୁରନ୍ତ ପୂନଃରୁଦ୍ଧାର କରିବା ପାଇଁ ଆବଶ୍ୟକିୟ ସରଞ୍ଜାମ ଓ ଟେକ୍ନିକାଲ ଟିମ ପ୍ରସ୍ତୁତ ରଖିବାକୁ ଟାଟା ପାୱାର କତୃପକ୍ଷ ଙ୍କୁ ନିର୍ଦେଶ ଦିଆଯାଇଛି | ସର୍ବପରି ବିପର୍ଯ୍ୟୟ ସମୟରେ କାର୍ଯ୍ୟ ନିର୍ବାହ ରେ ଅବହେଳା ପାଇଁ ଯେମିତି କୌଣସି ବ୍ୟକ୍ତି ର ପ୍ରାଣ ହାନି ନ ଘଟେ ସେଥିପାଇଁ ସମସ୍ତ ଅଧିକାରୀ ସମ୍ବେଦନଶିଳ ହୋଇ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ | ସେହିପରି ବିପଦ ସମୟରେ ଲୋକଙ୍କୁ ସହାୟତା କରିବା ପାଇଁ ଜିଲ୍ଲlରେ ଥିବା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ସଦସ୍ୟ ମାନଙ୍କୁ ଅନ୍ତର୍ଭୁକ୍ତ କରିବା ଏବଂ ରିଲିଫ କାର୍ଯରେ ନିୟୋଜିତ ହେବାକୁ ଥିବା କର୍ମଚାରୀ ମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ ଓ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ହ୍ୟାଲିପେଡ ଗୁଡିକୁ ତୁରନ୍ତ ପ୍ରସ୍ତୁତ ରଖିବା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି | ଏତଦ ବ୍ୟତୀତ ମୟୁରଭଞ୍ଜ ଜିଲ୍ଲା ବଜ୍ରପାତ ପ୍ରବଣ ଅଂଚଳ ଭାବେ ଚିହ୍ନଟ ହୋଇଥିବା ରୁ ବଜ୍ରପାତ ଜନିତ ଆକସ୍ମିକ ବିପଦ ରୁ ଲୋକ ମାନେ କିପରି ନିଜକୁ ରକ୍ଷା କରି ପାରିବେ ସେ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରି ବଜ୍ରପାତ ସମୟରେ କଣ କରିବା ଉଚିତ ଓ କଣ କରିବା ଉଚିତ ନୁହେଁ ସେ ବିଷୟ ରେ ଲୋକଙ୍କୁ ଅବଗତ କରାଇବା ପାଇଁ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି |

ଅନୁଷ୍ଠିତ ଉକ୍ତ ଜିଲ୍ଲା ସ୍ତରୀୟ ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ ବୈଠକ ପରିଚାଳନା କରିବା ସହ ବୈଠକ ଶେଷରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଏବଂ ବୈଠକ ରେ ଯୋଗଦାନ ପୂର୍ବକ ଆଲୋଚନା ରେ ଅଂଶ ଗ୍ରହଣ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Shrutilipi ad