Img 20250603 wa0239

ଦର୍ଶକଙ୍କ ମନ ଜିଣିଲା ଐତିହାସିକ ନାଟକ “ମହାକବି କାଳିଦାସ”

ରାଜ୍ୟ
ବାରିପଦା : ସମୟଧାରାରେ ବଦଳୁଛି ଦର୍ଶକଙ୍କ ରୁଚି I ସିନେମା, ଟି ଭି, ମୋବାଇଲ ଦେଖି ଦେଖି ମନ ଭରିଗଲା ପରେ ନାଟକ ପ୍ରତି ପୁଣିଥରେ ଆକୃଷ୍ଟ ହେଉଛନ୍ତି ଦର୍ଶକ I ପୌରାଣିକ ଓ ଐତିହାସିକ ନାଟକ ଗୁଡିକ ଅତୀତରେ ବେଶ ଲୋକପ୍ରିୟତା ହାସଲ କରିଥିଲେହେଁ ପରବର୍ତ୍ତୀ ସମୟରେ ସାମାଜିକ ଓ କାଳ୍ପନିକ କାହାଣୀ ଉପରେ ଆଧାରିତ ନାଟକ ସବୁକୁ ପଛରେ ପକେଇଦେଲା I ମାତ୍ର ଗତକାଲି ସହୀଦ ଭବନରେ ରାଉରକେଲାର ଅଗ୍ରଣୀ ନାଟ୍ୟସଂସ୍ଥା ସମ୍ପର୍କର ପ୍ରଯୋଜିତ ଐତିହାସିକ ନାଟକ “ମହାକବି କାଳିଦାସ” ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲା I ଭୁବନେଶ୍ୱରର ଅଭିନନ୍ଦନ ଓ ବାରିପଦାର ରୂପାନ୍ତରର ମିଳିତ ଆନୁକୂଲ୍ୟରେ ଆୟୋଜିତ ମଞ୍ଚତୀର୍ଥ ନାଟକ ଉତ୍ସବ ଅବସରରେ ମଞ୍ଚସ୍ଥ ନାଟକଟି ବହୁବର୍ଷ ପରେ ଦର୍ଶକଙ୍କ ମନଙ୍କୁ ଜିଣିନେଇଥିଲା I ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଏହାକୁ ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ରୂପନ୍ତରର ଅଧ୍ୟକ୍ଷ ବୀରେନ୍ଦ୍ର ନାଥ ସାହୁ ଓ ପ୍ରତିଷ୍ଠାତା ପରେଶ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ I ହରିଶ୍ଚନ୍ଦ୍ର ବେହେରାଙ୍କ ରଚିତ ଏବଂ ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶିତ ନାକକରେ ବିଜୟ କୁମାର ପାତ୍ର, ମୁରଲୀଧର ଦାଶ, ଭାସ୍କର ଚନ୍ଦ୍ର ମହାପାତ୍ର, ବିବେକାନନ୍ଦ ଦାଶ, ସୁରେନ୍ଦ୍ର ପାଢ଼ୀ, ପ୍ରଣବ ପାଣିଗ୍ରାହୀ, ପ୍ରଳୟ ଶତପଥି, ବବିତା ମହାଲିକ, ପୁଷ୍ପା ବିଶୋଇ, ସୁରଭି ରଣା, ସସ୍ମିତା ବେଜ, ଗ୍ରୀଷ୍ମା ତିୱାରୀ, ସ୍ପନ୍ଦିତା ଖୁଣ୍ଟିଆ ଓ ଭରତ ଚନ୍ଦ୍ର ବେହେରା ନିଖୁଣ ଭାବରେ ଅଭିନୟ କରିଥିଲେ I ମଞ୍ଚ ପରିଚାଳନାରେ ଜଗନ୍ନାଥ ସେଠ, ମଞ୍ଚ ସଜ୍ଜାରେ ପ୍ରଳୟ ଶତପଥି, ସଂଗୀତରେ ଶକ୍ତି ପ୍ରସାଦ ମିଶ୍ର, ଆଲୋକରେ ରାଜେଶ ଶତପଥି, ରୂପସଜ୍ଜାରେ ମାମା ଚିତ୍ରାଳୟ ଓ ନୃତ୍ୟ ପରିଚାଳନାରେ ସୁଦେଷ୍ଣIରାଣୀ ରାଉତ ସହାୟତା ପ୍ରଦାନ କରିଥିଲେ I
Shrutilipi ad