Img 20250603 wa0200

ଜିଲ୍ଲା ପ୍ରଶାସନିକ ଅଧିକାରୀ ମହାସଂଘ ତରଫରୁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକ ପତ୍ର ପ୍ରଦାନ

ରାଜ୍ୟ
ବାରିପଦା : ଚଳିତ ଜୁନ ୨ ତାରିଖରେ କପ୍ତିପଦାର ଅତିରିକ୍ତ ତହସିଲଦାର ଶ୍ରୀ ଭୀମକାନ୍ତ ମାଝୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣର ଦୃଢ଼ ପ୍ରତିବାଦ କରିଛି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନିକ ଅଧିକାରୀ ମହାସଂଘ। ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଶ୍ରୀ ଇଶ୍ଵର ନାୟକ ଏବଂ କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ବାରିକଙ୍କ ନେତୃତ୍ୱରେ ବହୁ ଓଡ଼ିଶା ପ୍ରଶାସନିକ ଅଧିକାରୀ ଓ ରାଜସ୍ବ ସେବା ଅଧିକାରୀମାନେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀଙ୍କୁ ଭେଟି ପ୍ରତିବାଦ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଦୋଷୀ ମାନଙ୍କ ବିରୋଧରେ ତୁରନ୍ତ କଡା ପଦକ୍ଷେପ ସହ ଲଘୁ ଖଣିଜର ଚୋରି ରୋକିବା ପାଇଁ ଦୀର୍ଘସ୍ଥାୟୀ କାର୍ଯ୍ୟାବଳୀ ପ୍ରସ୍ତୁତି କରିବାକୁ ଅନୁରୋଧ କରିଥିଲେ। ପ୍ରକାଶ ଥାଉକି ଗତ ୨ ତାରିଖରେ ଚୋରା ବାଲି ଗାଡ଼ି ଧରିବାକୁ ଯାଇ ଅତିରିକ୍ତ ତହସିଲଦାର ଶ୍ରୀ ମାଝୀ ବାଲି ମାଫିଆଙ୍କ ଆକ୍ରୋଶର ଶିକାର ହୋଇଥିଲେ। ୨୫ ରୁ ଉର୍ଦ୍ଧ ମାଫିଆ ସଂଘବଦ୍ଧ ଭାବେ ଶ୍ରୀ ମାଝୀଙ୍କୁ ଏକୁଟିଆ ପାଇ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ଗାଡ଼ିକୁ ଭାଙ୍ଗି ଚୂର୍ମାର କରିଦେଇଥିଲେ। ଏହା କପ୍ତିପଦା ଥାନା ସମ୍ମୁଖରେ ଘଟିଥବା ବେଳେ ଶ୍ରୀ ମାଝୀ ଜୀବନ ବଞ୍ଚାଇ ଡାକ୍ତରଖାନାକୁ ପଳାଇ ଆସିଥିଲେ। ତେବେ ଦୋଷୀ ମାନେ ସମୟ ପାଇ ଅନ୍ୟତ୍ର ଫେରାର ହୋଇଯାଇଥିଲେ।
ପ୍ରକାଶ ଥାଉକି ଏହି ପ୍ରଶାସନିକ ଅଧିକାରୀ ମାନେ ସରକାରଙ୍କର ସମସ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରି ସମସ୍ତ ଅତ୍ୟାବଶ୍ୟକ ସେବା ଗୁଡିକ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ଥାଆନ୍ତି। ତେବେ କର୍ତ୍ତବ୍ୟରତ ଜଣେ ଅଧିକାରୀଙ୍କୁ ଏଭଳି ଆକ୍ରମଣ ହେଲେ ତାହା ସମାଜ ଉପରେ ଖରାପ ପ୍ରଭାବ ପକାଉଛି ଏବଂ ସୁସ୍ଥ ବାତାବରଣ କଳୁଷିତ ହେବା ସଙ୍ଗେ ସଙ୍ଗେ ଅଧିକାରୀ ମାନଙ୍କର କାର୍ଯ୍ୟଦକ୍ଷତା ହ୍ରାସ ପାଉଛି। ସରକାର ତୁରନ୍ତ ଏ ଦିଗରେ କଡା ଆଭିମୁଖ୍ୟ ନେବାକୁ ଆବେଦନ କରାଯାଇଛି।
Shrutilipi ad