ଆଗରପଡ଼ା :ପୁରୁଷଣ୍ଢ ସ୍କୁଲ କଳାଶିକ୍ଷକ ପଦ୍ମନାଭ ସେଠୀ ମୁଖ୍ୟମଂତ୍ରୀ ମୋହନ ମାଝୀଙ୍କୁ ଜଗନ୍ନାଥଙ୍କ ପଟ୍ଟଚିତ୍ର ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଭଦ୍ରକ ଗସ୍ତ ସମୟରେ ତାଙ୍କୁ ପ୍ରଦାନ କରାଯାଇଥିଲା । ଶ୍ରୀ ସେଠୀଙ୍କ ଉତ୍ତରୋତ୍ତର ଉନ୍ନତି କାମନା ମଧ୍ୟ ମୁଖ୍ୟମନ୍ତ୍ରୀ କରିଥିଲେ । ଶ୍ରୀ ସେଠୀ ଟେରାକୋଟା ଶିଳ୍ପର ଲୋକାଦୃତ କରିବା ପାଇଁ ତାଙ୍କର ସଂଗ୍ରାମ ଅହରହ ଜାରି ରଖିଛନ୍ତି । ସେ ଜଣେ ଚିତ୍ରଶିଳ୍ପୀ ଭାବେ ଓଡ଼ିଶାର ବିଭିନ୍ନ ନାମକରା ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି ।

