ଆଗରପଡ଼ା :ଆଗରପଡ଼ା ଶ୍ରୀଜଗନ୍ନାଥ ମନ୍ଦିର ତତ୍ତ୍ୱବଧାରକ ଓ ଠାକୁର ରାଜା ଭାବେ ପରିଚିତ ସ୍ୱର୍ଗତ କିଶୋରୀ ମୋହନ ସିଂହଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ତାଙ୍କର ସ୍ମୃତିଚାରଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ଭୁବନେଶ୍ୱର ନେତାଜୀ ଲାୟନ୍ସ କ୍ଲବ ସଭାପତି ହୃଦୟରଂଜନ ସିହ୍ନା,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ଯୁବନେତା ସତ୍ୟସାଧନ ବେଜ,ଭଦ୍ରକ ବାର ଆସୋସିଏସନ ସଭାପତି ଆଡ଼ଭୋକେଟ ସନ୍ତୋଷ ଆଚାର୍ଯ୍ୟ, ପ୍ରାକ୍ତନ ସଭାପତି ବିଷ୍ଣୁ ମୋହନ ମହାପାତ୍ର, ସମାଜସେବୀ ଅଶୋକ ନାୟକ, ସରପଂଚ ଶୁଭଦ୍ରା ସିଂହ ପ୍ରମୁଖ ଯୋଗ ଦେଇଥିଲେ । ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହ, ଇଣ୍ଟରନେସନାଲ ହ୍ୟୁମାନ ରାଇଟ୍ସି ଫୋରମ ୱମେନ୍ସ ଯୁଗ୍ମ ସଂପାଦିକା ସଂଯୁକ୍ତା ସିଂହ,ଇଂ ଅନନ୍ତ ମୋହନ ସିଂହ, ପ୍ରଦୀପ ମୋହନ ସିଂହ, ନିତ୍ୟାନନ୍ଦ ବଳ, ପ୍ରଭାତୀ ସିହ୍ନା, ନୀଲମ ବଳ ପ୍ରମୁଖ ବିଭିନ୍ନ କାର୍ଯ୍ୟ ସଂପାଦନ କରିଥିଲେ ।

