ବାରିପଦା: ମୟୂରଭଞ୍ଜ ଜିଲ୍ଲାର କୁଚେଇବୁଢୀ ଗ୍ରାମର ରାଜାରୁଜୁଡା ଅମଳର ପ୍ରାଚୀନ ଶୈବପୀଠ ଶ୍ରୀ ଶ୍ରୀ ବାବା ପୁର୍ଣେଶ୍ଵୟ ମନ୍ଦିରରେ ମହାଦେବଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମନ୍ଦିରରେ ଶାସ୍ତ୍ରୀୟ ବିଧି ମୁତାବକ ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବ ପୂଜକ ପ୍ରସନ୍ନ ଷଡଙ୍ଗୀ,ରବି ନନା,ଟିକୁ ନନା, ଓମ୍ ପ୍ରକାଶ ଙ୍କ ତତ୍ବାବଧାନରେ ସମ୍ପନ୍ନ ହୋଇଛି । ପୂର୍ବାହ୍ନରେ ମଙ୍ଗଳ କୃତ୍ୟ ହୋଇ ଵରାନୁଗମନ ହୋଇଥିଲା ପୂର୍ବାହ୍ନ୧୦ ଟାରେ ମଙ୍ଗଳ କୃତ୍ୟ ହୋଇ ୧୧.୩୦ ଠାରେ ଵରାନୁଗମନ କରାଯାଇଥିଲା । ବରଯାତ୍ରୀ ଆସିବା ପରେ ସଂପୁର୍ଣ୍ଣ ବୈଦିକ ରୀତିନୀତି ଵିଵାହ କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ନ ୩ .୩୦ ରେ ପାଣି ଗ୍ରହଣ କରାଯାଇଥିଲା ।ବରପକ୍ଷରୁ ପିତାମାତା ଭାବେ ତହସିଲଦାର ବିଶ୍ବନାଥ ବିଶ୍ବାଳ ଏବଂ ତାଙ୍କ ସହଧର୍ମିଣୀ ଏବଂ କନ୍ଯା ପକ୍ଷରୁ ପିତାମାତା ଭାବେ ତହସିଲର ସୁପରଭାଇଜର ନିହାର କୁମାର ପାତ୍ର ଏବଂ ତାଙ୍କର ସହଧର୍ମିଣୀ ସଙ୍କଳ୍ପ ରେ ବସି ଦାୟିତ୍ଵ ନିଭାଇଥିଲେ । ମନ୍ଦିର କମିଟି ପକ୍ଷରୁ ଧୂମଧାମରେ ପ୍ରସ୍ତୁତି କରା ଯାଇଥିଲା । ସମ୍ପୂର୍ଣ ଅଂଚଳ ଶିବମୟ ହୋଇ ଉଠିଥିଲା । ଓମ୍ ନମ୍ଃ ଶିବାୟ ଉଚ୍ଚାରଣ ରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଂଚଳ ।ଶଙ୍ଖ, ହୁଳହୁଳି,ବାଜା ରୋଷଣୀରେ ଶବ୍ଦରେ ପ୍ରକମ୍ପିତ ହୋଇଥିଲା ଅଂଚଳ ।ବିବାହ ସମାପନ ପରେ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର କମିଟି ତରଫରୁ ପ୍ରସାଦ ବଣ୍ଟନ କରାଯାଇଥିଲା । ଶିବ ଓ ପାର୍ବତୀଙ୍କ ଅପୂର୍ବ ବିବାହ କାର୍ଯ୍ୟରେ ନିଜକୁ ସାମିଲ କରାଇ ପାରିଥିବାରୁ ଭକ୍ତ ମାନଙ୍କ ଭିତରେ ବି ଦେଖିବାକୁ ମିଳିଥିଲା ଉତ୍ସାହ ।
ବିଶ୍ବାସ ଅଛି ପ୍ରବଳ ଗ୍ରୀଷ୍ମ ରେ ଛଟପଟ ହେଉଥିଲେ ଜୀବଜଗତ । ସମସ୍ତେ ତ୍ରାହି ତ୍ରାହି ହେଉଥିଲେ । ତେଣୁ ମହାଦେବ ମାନବୀୟ ଲୀଳା ପାଇଁ ମର୍ତ୍ତ୍ୟକୁ ଓହ୍ଲାଇ ମାନବୀୟ ରୂପରେ ଶିବ ପାର୍ବତୀଙ୍କ ଵିଵାହ ହୋଇଥିଲା ।ଇନ୍ଦ୍ର ଦେବତା ବର୍ଷା ଢାଳିଥିଲେ ।ପ୍ରକୃତି ଶାନ୍ତ,ସ୍ନିଗ୍ଧ ସୁଶୀଳ ହୋଇଥିଲା । ସଂଧ୍ୟାରେ ଉକ୍ତ ଅଂଚଳର ପ୍ରସିଦ୍ଧ କଳାକାର ମାନଙ୍କ ଦ୍ଵାରା ନୃତ୍ୟ ଓ ଭଜନପରିଵେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା ରେ ତହସିଲ ଅଫିସର ସମସ୍ତ ଆର ଆଇ ,ଏ ଆର ଆଇ, କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।

