Photo for the news of world tobacco day

ମୂଲ୍ୟହୀନ ପାଲଟିଛି ବିଶ୍ୱ ତମାଖୁ ବର୍ଜ୍ଜନ ଦିବସ

ରାଜ୍ୟ

ଆଗରପଡ଼ା :ପ୍ରତିବର୍ଷ ମେ ୩୧ ତାରିଖ ବିଶ୍ୱ ତମାଖୁ ବର୍ଜ୍ଜନ ଦିବସ ରୂପେ ପାଳିତ ହୋଇଆସୁଛି । ସରକାରୀ ବିଭାଗ ଓ ବିଭିନ୍ନ ବେସରକାରୀ ସଂସ୍ଥା ତରଫରୁ ସଚେତନତାର ଅଭାବ ଯୋଗୁଁ ଏହା କାଗଜ କଲମରେ ସୀମିତ ପ୍ରାୟ । ସରକାର ସଚେତନତାର ବାର୍ତ୍ତା ପ୍ରେରଣ କରୁଥିବା ସ୍ଥଳେ ଏହା କାର୍ଯ୍ୟକାରୀ ହୋଇପାରୁନଥିବାରୁ ଏହି ଦିବସର ତାତ୍ପର୍ଯ୍ୟ ଆଜିଯାଏ କେହି କିଛି ବୁଝି ନାହାଁନ୍ତି । ଯଦି ତମାଖୁ ସେବନର ଭୟାବହତା ସଂପର୍କରେ ଲୋକେ କିଛି ବୁଝିଥାଆନ୍ତେ । ତାହାହେଲେ ଗାଁ ଗହଳିଠୁ ଆରମ୍ଭ କରି ସହର ବଜାର ରାସ୍ତା କଡ଼ ଦୋକାନମାନଙ୍କରେ ଆଉ ଏତେ ସଂଖ୍ୟକ ତମାଖୁ ବିକ୍ରୀ ହେଉ ନଥାନ୍ତା । ବନ୍ତ ତଥା ଆଗରପଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ପ୍ରତି ପାନ ଦୋକାନରେ ବିଭିନ୍ନ କଂପାନୀର ତମାଖୁ ଜାତୀୟ ଦ୍ରବ୍ୟ ଖୁଲମ ଖୁଲା ବିକ୍ରୀ ହେଉଥିôବାର ଦେଖିବାକୁ ମିଳିଛି । ପାନ ଠାରୁ ବର୍ତ୍ତମାନ ଏହି ତମାଖୁ ଦ୍ରବ୍ୟର ଚାହିଦା ବୃଦ୍ଧି ପାଇଛି । କଲେଜ ପାଠ ପଢୁଆ ପିଲାଙ୍କ ଠାରୁ ଆରମ୍ଭ କରି ପାଠ ପଢାଉଥିବା ଯୁବ ଅଧ୍ୟାପକମାନଙ୍କର ଏହା ପ୍ରଥମ ପସନ୍ଦ ହୋଇପଡ଼ିଛି । ପାନ ଖାଇବା ଦ୍ୱାରା ଦାନ୍ତ ଲାଲ ପଡ଼ି ଏହାର ସୌନ୍ଦର୍ଯ୍ୟ ହାନୀ ଘଟୁଛି । ତେଣୁ ଏହାକୁ ସେବନ କଲେ ଏହିପରି ସମ୍ଭାବନା ଆଦୈା ନାହିଁ ବୋଲି କେତେକ କଲେଜ ଛାତ୍ର ଓ ହାଇସ୍କୁଲ ଛାତ୍ର ପ୍ରକାଶ କରିଛନ୍ତି । ସରକାରଙ୍କ ନିୟମ ଅନୁୟାୟୀ ସିଗାରେଟ କିମ୍ବା ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରୀ ହୋଇପାରିବ ନାହିଁ । ମାତ୍ର ଏଠାରେ ଥିବା ସରକାରୀ ବାଳିକା ହାଇସ୍କୁଲ, କୃଷ୍ଣ ଚରଣ ବିଦ୍ୟାମନ୍ଦିର, ତୋଫାବିବୀ ସ୍କୁଲ, କାଦବରାଙ୍ଗ ସ୍କୁଲ, ଆଡ଼ିଆ ସ୍କୁଲ, ଅଡ଼ାଳପଙ୍କ ସ୍କୁଲ,ବନ୍ତ ହାଇସ୍କୁଲ ଆଦି ସ୍ଥାନରେ ଥିବା ଶିକ୍ଷାନୁଷ୍ଠାନକୁ ଲାଗି ରହିଥିବା ବିଭିନ୍ନ ଦୋକାନମାନଙ୍କରେ ଏହି ଦ୍ରବ୍ୟ ମାନ ବିକ୍ରୀ ଚାଲିଛି । ସର୍ବସାଧାରଣ ଚଳପ୍ରଚଳ କରୁଥିବା ଛକ, ରାସ୍ତାଘାଟରେ ଲୋକଙ୍କ ସମେତ ଛୋଟଛୋଟ ସ୍କୁଲ ପଢନ୍ତା ପିଲା ମଧ୍ୟ ଅବାଧରେ ଧୂମ୍ରପାନ କରୁଥିବାର ଦେଖିବାକୁ ମିଳୁଛି । ଏହି ନିୟମ ଉଲଙ୍ଘନକାରୀ ମାନଙ୍କ ବିରୋଧରେ ଜୋରୀମାନ ଆଦାୟ କରିବାର ବ୍ୟବସ୍ଥା ଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇପାରୁନି । ରାଜ୍ୟରେ ଗୁଟୁଖାକୁ ନିଷିଦ୍ଧ ଘୋଷଣା କରାଯାଇଥିବା ସ୍ଥଳେ ଏହା ଆଜି ପର୍ଯ୍ୟନ୍ତ ବନ୍ଦ ହୋଇପାରିନାହିଁ । କୋଟ୍‌ପା ଆଇନର ଧାରା ୬ ଅନୁସାରେ ବିଦ୍ୟାଳୟଠାରୁ ୧୦୦ ମିଟର ଦୂରରେ ତମାଖୁ ବିକ୍ରି ହେବାକୁ ବାରଣ ରହିଥିବା ସ୍ଥଳେ ଏହାର ଖୋଲା ଉଲ୍ଲଂଘନ କରାଯାଉଛି ୀ ୧୮ ବର୍ଷରୁ କମ୍ ବୟସ୍କ ର ପିଲା ଏହି ଦ୍ରବ୍ୟ ବିକ୍ରୀ କରୁଛନ୍ତି । ଫଳରେ ତମାଖୁ ବର୍ଚ୍ଚନ ଦିବସର ବାର୍ତ୍ତା ଏବେ ମୂଲ୍ୟହୀନ ହୋଇପଡ଼ିଛି ।

Shrutilipi ad