ବାରିପଦା: ସ୍ଥାନୀୟ ଗ୍ରାମାଞ୍ଚଳ ଚାଷୀମାନଙ୍କ ଠାରୁ ବିଭିନ୍ନ ପ୍ରକାର ଉନ୍ନତ କ୍ୱାଲିଟିର ତଟକା ସ୍ୱାଦିଷ୍ଟ ପାଚିଲା ଆମ୍ବ ସଂଗ୍ରହ କରାଯାଇ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଯୋଗାଇଦେବା ଉଦେଶ୍ୟରେ ଆଜି ଓରମାସ ତରଫରୁ ବାରିପଦା ଷ୍ଟାଡିୟମ ଗୋଲେଇ ନିକଟସ୍ଥ ବୟନିକା ସମ୍ମୁଖରେ ଏକ ମୟୁରଭଞ୍ଜ ଗାଁ ଆମ୍ବ ପସରା-୨୦୨୫ (Mango Outlet ) ର ଶୁଭାରମ୍ଭ କରାଯାଇଛି। ଉକ୍ତ ଆଉଲେଟକୁ ଜ଼ିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମା ନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ। ଉକ୍ତ ଉଦଘାଟନୀ ଉତ୍ସବରେ ଏସିଡ଼ିଓ ଶ୍ରୀ ଶାନ୍ତନୁ କୁମାର ନାୟକ, ଉଦଳା ପି ଏ ଆଇ ଟି ଡି ଏ ଶ୍ରୀ ନରେନ୍ଦ୍ର ଖମାରୀ,ଅରମାସ ର ଡେପୁଟି ସି ଇ ଓ ବିମାନ ମଲ ଓ ଡେପୁଡି ଡାଇରେକ୍ଟର ଉଦ୍ୟାନ କୃଷି ଶ୍ରୀ ଟଙ୍କଧର କାଲୋ ପ୍ରମୁଖ ଯୋଗ ଦେଇଥିଲେ।
ଉକ୍ତ ଗାଁ ଆମ୍ବ ପସରା ରେ ଲୋକମାନଙ୍କୁ ବିଭିନ୍ନ କିସମ ର ସ୍ୱାଦିଷ୍ଟ ପାଚିଲା ଆମ୍ବ ଯଥା ସୁନ୍ଦରୀ କେଜି ପ୍ରତି ୬୦/ ଟଙ୍କା,ଦୋଷରୀ, ଲେଙ୍ଗେଡା ଓ ଆମ୍ବ୍ରପଲ୍ଲୀ କେଜି ପ୍ରତି ୫୦/- ଟଙ୍କା ଓ ଗୋପାଳଭୋଗ ଜାତିର ଆମ୍ବ କେଜି ପ୍ରତି ୪୦/-, ଟଙ୍କାରେ ପାଇପାରିବେ। ଏଥି ସହିତ ସପୁରି ଗୋଟା ପ୍ରତି ୪୦/- ଟଙ୍କାରେ ପାଇପାରିବେ।
ଏହି ଆମ୍ବ ପସରା କୁ ଲାଗି ପାଖରେ ମଦର ଆର୍ଥ ଜୁସ ନାମରେ ଅନ୍ୟ ଏକ ଷ୍ଟଲରେ ଭାଗ୍ୟ ଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଦହି ସର୍ବତ ଓ ବିଭିନ୍ନ ପ୍ରକାର ଫଳ ରସ ମଧ୍ୟ୍ୟ ସୁଲଭ ମୂଲ୍ୟରେ ଲୋକମାନଙ୍କ ପାଇଁ ଉପଲବ୍ଧ ହେବ।

