ଆଗରପଡ଼ା: ବନ୍ତ ବ୍ଳକ ଅନ୍ତର୍ଗତ ଚାରିଗାଁ ପଂଚାୟତ ବାଲିପୋଖରୀ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଦ୍ୟାଳୟର ସ୍ୱର୍ଣ ଜୟନ୍ତୀ ଅନୁଷ୍ଠିତ ହେବାକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ପ୍ରଫୁଲ୍ଲ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅବସରପ୍ରାପ୍ତ ଶିକ୍ଷକ ନୀଳମଣି ପାଢୀ , ଆଇନଜୀବୀ ସୁରେନ୍ଦ୍ର କର, ପୋଲିସ୍ କର୍ମଚାରୀ ବସନ୍ତ ମାଝୀ, ଆଲୁମିନି କମିଟି ସଭାପତି ଶ୍ରୀକାନ୍ତ ଯେନା ,ପୁରାତନ ଛାତ୍ର ସୁଦର୍ଶନ ଯେନା, ବନମାଳୀ ସାହୁ, ହରିହର ମଲ୍ଲିକ ପ୍ରମୁଖ ବହୁ ଛାତ୍ର ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରବର୍ତ୍ତୀ ବୈଠକରେ ସମସ୍ତ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବା ସହିତ ଉକ୍ତ ଆୟୋଜନକୁ ସଫଳ କରିବା ପାଇଁ ଆଲୋଚନା ହେବାକୁ ନେଇ ସଭାପତି ଓ ଉପସ୍ଥିତ ଛାତ୍ର ମାନେ ମତାମତ ରଖିଥିଲେ ।

