Photo2 for the news of gharapodi

ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ, ନିଆଁ ଗିଳିଦେଲା ୬ ବଖରା ଘର

ରାଜ୍ୟ

ଆଗରପଡ଼ା :ଶନିବାର ବିଳମ୍ବିତ ରାତ୍ରୀରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ୬ପରିବାରର ୬ବଖରା ଘର ସହ ସ୍କୁଟି ଏବଂ ଲକ୍ଷାଧିକ ଟଙ୍କାର ଆସବାବପତ୍ର । ବନ୍ତ ତହସିଲ ଓଡ଼ଙ୍ଗ ପଂଚାୟତ ସରମରା ଗାଁରେ ଗତକାଲି ରାତ୍ରୀରେ ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଥିବାର ଜଣାପଡ଼ିଛି । ଖବରପାଇ ଆଗରପଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ସବୁ କିଛି ଜଳିପୋଡ଼ି ପାଉଁଶ ହୋଇ ଯାଇଥିବାର ସୂଚନା ମିଳିଛି । ଦୁର୍ଭାଗ୍ୟକୁ ପରିବାରର ତିଳୋତ୍ତମା ସାହୁ ଏବଂ ମିନତୀ ସାହୁ ଋଣ ଆଣି ଘରେ ରଖିଥିବା ଲକ୍ଷେ ୨୦ହଜାର ଟଙ୍କା ଏବଂ କାଳନ୍ଦୀ ସାହୁ ଘରେ ଧାନବିକ୍ରୀ କରି ରଖିଥିବା ୫୦ହଜାରରୁ ଉର୍ଦ୍ଧ୍ୱ ଟଙ୍କା ମଧ୍ୟ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଜଣେ ବୃଦ୍ଧା ମଧ୍ୟ ଆହତ ହୋଇଛନ୍ତି । ଅଗ୍ନିବିପନ୍ନଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । ଅନ୍ୟପକ୍ଷରେ ବନ୍ତ ତହସିଲଦାର ଘଟଣା ସ୍ଥଳରେ ପହଂଚି ବିପନ୍ନଙ୍କୁ ଜରି ପାଲ ଯୋଗାଇ ଦେଇଛନ୍ତି ।

Shrutilipi ad