- ଦଶ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଭିଜିଲାନ୍ସ ହାତରେ
ବାରିପଦା: ଆଜି ପୂର୍ବାହ୍ନରେ ବାରିପଦା ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଟିମ ବାରିପଦା ମ୍ୟୁନସିପାଲଟି କାର୍ଯ୍ୟାଳୟରେ ଗୋପାଳ ପ୍ରଧାନ ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ (ବରିଷ୍ଠ କିରାଣୀ ) ଙ୍କୁ ମହମଦ ଜାଭିର ନାମକ ଜଣେ ବ୍ୟକ୍ତି ଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ରଙ୍ଗେ ହାତରେ ଧରି ଜେଲ ହାଜତକୁ ପଠାଇଛନ୍ତି l ଖବର ନେବାରୁ ଜଣା ପଡିଛି ଯେ ବାରିପଦା ସହରର ପୁରୁଣା ହାଟସାହି ନିବାସୀ ମହମଦ ଜାଭିର ଙ୍କ କଲେଜ ରୋଡ଼ ରେ ଦୁଇଗୋଟି ଦୋକାନ ଘର ଅଛି l ଏହି ଦୁଇଗୋଟି ଦୋକାନ ଘର ମ୍ୟୁନସିପାଲଟି ରୁ ଲିଜ ସୂତ୍ର ରେ ତାଙ୍କ ବାପା ପାଇଥିଲେ l କିଛି ବର୍ଷ ପୂର୍ବେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଅଛି l ବାପା ଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମହମଦ ଜାଭିର ଦୁଇ ଭାଇ ଙ୍କ ନାମରେ ଏହି ଦୋକାନ ଘର କୁ ଟ୍ରାନ୍ସଫାର କରିବା ପାଇଁ ଏକ ଲିଖିତ ପତ୍ର ଦେଇଥିଲେ l ସମ୍ପୃକ୍ତ ବିଭାଗର ବରିଷ୍ଠ କିରାଣୀ ଗୋପାଳ ପ୍ରଧନ ଙ୍କୁ ଏ ବାବଦରେ ଅନେକ ଥର ଅନୁରୋଧ କରିବା ସତ୍ୱେ ମଧ୍ୟ ନାନାଦି ପ୍ରକାର ଆଳ ଦେଖାଇ ଆଜି ପର୍ଯ୍ୟନ୍ତ ଉକ୍ତ କାମକୁ କରିନଥିଲେ l ଅନେକ ଥର ତାଙ୍କ ପାଖକୁ ଦୌଡ଼ି ଦୌଡ଼ି ଶେଷରେ ନୟାନ୍ତ ହୋଇଯାଇଥିଲେ ମହମଦ ରିଆଜ l ଆହୁରି କାମ କରିବା କୁ ହେଲେ ଦଶ ହଜାର ଟଙ୍କା ଲାଞ୍ଚ ଦେବାକୁ ପଡିବ ବୋଲି ରୋକ ଠୋକ ଶୁଣାଇ ଦେଇଥିଲେ l ଶେଷରେ ନିରାଶ ହୋଇ ମହମଦ ଜାଭିର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ l ଏ ବାବଦରେ ବାଲେଶ୍ଵର ଭିଜିଲାନ୍ସ କେସ ନମ୍ବର 5/22-5-2025 ରେ ଏକ ମାମଲା ରୁଜୁ କରାଯିବା ସହିତ ଯୋଜନା ପ୍ରସ୍ତୁତ କରାଯାଇଥିଲା l ଆଜି ନିଜ କାର୍ଯ୍ୟାଳୟରେ ଗୋପାଳ ପ୍ରଧାନ ଏହି ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ବିଭାଗର ଏକ ଟିମ ତାଙ୍କ ଉପରେ ମାଡ଼ିବସିଥିଲେ l ତାଙ୍କ ପାଖରୁ ରଙ୍ଗ ବୋଳା ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି l ଏଥି ସହିତ ଗୋପାଳ ପ୍ରଧାନ ଙ୍କ ବାରିପଦା ସହରର କମଳା ନେହୁରୁ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ତାଙ୍କ ବାସ ଭଵନ ଏବଂ ଅଫିସ କାର୍ଯ୍ୟାଳୟରେ ଠାରେ ମଧ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ କଢ଼ାଉ କରାଯାଇଥିବାର ସୂଚନା ମିଳିଅଛି l

