Rwe

ସର୍ପାଘାତରେ ଶିଶୁ ମୃତ 

ରାଜ୍ୟ
ବାରିପଦା: ଗ୍ରୀଷ୍ମ ଋତୁ ।ପ୍ରବଳ ଗରମ ,ମୁଣ୍ଡ ଫଟା ଖରା, ପ୍ରବଳ ଧାଇଁ,ଢୋ ଢୋ ଖରା,ମାଟିରେ ତାତି ଲାଗିଛି ।ଜନ ,ଜୀବନ, ଜୀବଜନ୍ତୁ ଗରମରେ ଛଟପଟ ଓ ଅସ୍ତବ୍ୟସ୍ତ । ପ୍ରବଳ ଗୁଳୁଗୁଳି ଓ  ଗରମ ଯୋଗୁଁ କେହି ଘରେ ରହି ପାରୁ ନାହାନ୍ତି  ।ମାଟି ଗରମ ଯୋଗୁଁ ଜୀବଜନ୍ତୁ ବାହାରକୁ ପଳାଇ ଆସୁଛନ୍ତି ।
ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ଲୁପୁଙ୍ଗ ପଞ୍ଚାୟତ ର ହେସେଲଡିହି ଗ୍ରାମରେ ସାପ କାମୁଡାରେ ଏକ ୧୨ ବର୍ଷ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ହେସେଲଡିହି ଗ୍ରାମର  ସାଲଖୁ ମୁର୍ମୁ ଏବଂ  ତାଙ୍କ ସ୍ତ୍ରୀ ପେଟପାଟଣା ଓ ପରିବାର  ଗୁଜୁରାଣ ମେଣ୍ଟାଇବା, ଛୁଆକୁ  ମଣିଷ କରିବା  ପାଇଁ ଭୁବନେଶ୍ଵରରେ କାମଧନ୍ଦା କରି ଘରର ଗୁଜୁରାଣ ମେଣ୍ଟ କରୁଛନ୍ତି । ଘରେ ତାଙ୍କର ୧୨ ବର୍ଷର ଶିଶୁପୁତ୍ର  ପ୍ରକାଶ ମୁର୍ମୁ ଏବଂ  ଝିଅ ଅଛନ୍ତି ।  ରାତିରେ ଭାଇ ଭଉଣୀ ଖାଇ ପିଇ ଶୋଇଥିଲେ । ଶୋଇବା ଅବସ୍ଥାରେ ଏକ ବିଷାକ୍ତ ସାପ ଶିଶୁପୁତ୍ର କୁ କାମୁଡି ଦେଇଥିଲା ।ଘର  ସମ୍ପର୍କୀୟ ଲୋକେ ଜାଣି ରାଇରଙ୍ଗପୁର ଡାକ୍ତରଖାନା କୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ତିରିଂ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୧/୨୫ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ଦୁନିଆଁ ଦେଖିବା ପୂର୍ବରୁ ଛୁଆଟିର ଦୁଖଦ ମୃତ୍ୟୁ  ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା ।
Shrutilipi ad