ଆଗରପଡ଼ା : ଜଗରଦଖଲ ଉଚ୍ଛେଦ କଲା ବନ୍ତ ତହସିଲ ପ୍ରଶାସନ । ବନ୍ତ ତହସିଲ ଅନ୍ତର୍ଗତ ତୋଡ଼ଙ୍ଗା ମୌଜାର ଖାତା ୮୬୦ରେ ଥିବା ବସ୍ତି ଯୋଗ୍ୟ ଏବଂ ଗୋଚର ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ତେବେ ଦୀର୍ଘ ଦିନ ହେବ ଏହାକୁ ଜବରଦଖଲ କରାଯାଇ ରଖାଯାଇଥିବା ବେଳେ ବିଭିନ୍ନ ସରକାରୀ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲା । ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ତହସିଲ ପ୍ରଶାସନ ପକ୍ଷରୁ ଏହାକୁ ଉଚ୍ଛେଦ କରାଯାଇଛି । ତହସିଲ କର୍ମଚାରୀ, ପୋଲିସ୍, ସରପଂଚ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ସହ ଜବରଦଖଲ ଉଚ୍ଛେଦ କରାଯାଇଥିବା ଜଣାପଡ଼ିଛି ।

