Img 20250517 wa0193

ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ କୃତିତ୍ଵ ଅର୍ଜନ କରିଥିବା ମୟୂରଭଞ୍ଜ ଜିଲ୍ଲାର ୨୬ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ରାଜ୍ୟ

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ୨୬ ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ୧୦ମ ଶ୍ରେଣୀ ବାର୍ଷିକ ପରୀକ୍ଷା-୨୦୨୫ ରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସବ ତା ୧୭/୦୫/୨୦୨୫ ରିଖରେ ସ୍ଥାନୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସମ୍ବର୍ଦ୍ଧନା ଉତ୍ସବରେ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ହେମକାନ୍ତ ସୟ ଯୋଗ ଦେଇ କୃତି ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ, କଠିନ ପରିଶ୍ରମ କରିବାକୁ ଉପଦେଶ ଦେଇଥିଲେ । ନିଜ ଜୀବନରେ ଲକ୍ଷ ସ୍ଥିର କରିବା, ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପର‌୍ୟ୍ୟନ୍ତ ଉଦ୍ୟମ ଜାରିରଖିବାକୁ ପଡିବ । ଜିଲ୍ଲାପାଳ ନିଜେ ଅଙ୍ଗେ ନିଭାଇଥିବା ବିଫଳତା ଓ ସଫଳତାର ମନ୍ତ୍ର ଛାତ୍ରୀମାନଙ୍କ ସହ ମତ ବିନିମୟ କରିଥିଲେ । କୃତି ଛାତ୍ରୀମାନେ ନିଜ ଜୀବନର ଲକ୍ଷ କଣ ପ୍ରକାଶ କରିଥିଲେ ।

ଭାରତର ରାଷ୍ଟ୍ରପତି ମହାମହିମ ଶ୍ରୀମତୀ ଦ୍ରୌପଦି ମୁର୍ମୁଙ୍କ ଇଛାମୁତାବକ ପାଣ୍ଠି (ଊସଗ୍ଦମକ୍ସରଗ୍ଧସକ୍ଟଦ୍ଭବକ୍ସଚ୍ଚ ଏକ୍ସବଦ୍ଭଗ୍ଧ) ରୁ ୭୮ ଜଣ ଛାତ୍ରୀଙ୍କୁ (ପ୍ରତି କେ.ଜି.ବି.ଭି. ର ଦଶମ ବାର୍ଷିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଥମ ୩ ଜଣ ଛାତ୍ରୀଙ୍କୁ) ଟ.୧୦,୦୦୦/- (ଦଶ ହଜାର ଟଙ୍କା) ଲେଖାଏ ଅର୍ଥରାଶି ପ୍ରଦାନ କରାଗଲା । ଉକ୍ତ ଅର୍ଥରାଶି ଛାତ୍ରୀମାନେ ନିଜର ଉଚ୍ଚ ଶିକ୍ଷା ନିମନ୍ତେ ଖର୍ଚ୍ଚ କରିବେ । ମୋଟ ଟ.୭,୮୦,୦୦୦.୦୦ ଟଙ୍କା ଛାତ୍ରୀଙ୍କ ଜମାଖାତାକୁ ପ୍ରେରଣ କରାଗଲା ।

ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ, ମୟୂରଭଞ୍ଜ ଛାତ୍ରୀମାନଙ୍କ ଉତ୍ତରତ୍ତର କାମନା କରିବା ସହିତ ଭଲ ପାଠ ପଢିବା , ସୃଙ୍ଖଳିତ ଛାତ୍ରୀ ହେବା ସହିତ ଗୁଣବତୀ ହେବାକୁ ପରାମର୍ଶ ଦେଇଥିଲେ ।
ଅନ୍ୟତମ ଅତିଥି ଭାବେ ଶ୍ରୀ ବିକାଶ ମହାନ୍ତି , ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ, ଶ୍ରୀମତୀ ମମତାମୟୀ ବିଶ୍ଵାଳ, ଜିଲା ଶିଶୁ ସୁରକ୍ଷା ଅଧିକାରୀ , ଶ୍ରୀଯୁକ୍ତ ଶଶୀଧର ସିଂ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଶ୍ରୀଯୁକ୍ତ ଗୌତମ ପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ ।

ସମ୍ବର୍ଦ୍ଧନା କାର‌୍ୟ୍ୟକ୍ରମକୁ ଜିଲ୍ଲାର ବାଳିକା ଶିକ୍ଷା ସଂଯୋଜକ ଶ୍ରୀ ପ୍ରଫୁଲ୍ଲ କୁମାର ବାରିକ ପରିଚାଳନା କରିଥିଲେ ଏବଂ ଶ୍ରୀଯୁକ୍ତ ଶଶୀଧର ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ମୋଟ ୭୮ ଜଣ କେ.ଜି.ବି.ଭି. ଛାତ୍ରୀ, ୨୬ ଜଣ ପ୍ରଧାନଶିକ୍ଷକ ଓ ୱାର୍ଡେନ କାର‌୍ୟ୍ୟକ୍ରମରେ ଉପସ୍ଥିତ ଥିଲେ । ସମଗ୍ର ଶିକ୍ଷା, ମୟୂରଭଞ୍ଜ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Shrutilipi ad