Img 20250516 wa0181

ଖୁଲମଖୁଲା ବେଆଇନ ଗଛକଟା; ଅସାଧୁ ବନ କର୍ମଚାରୀ, ଜନପ୍ରତିନିଧି ଏବଂ ମାଫିଆଙ୍କ ମିଲି ଭଗତରେ ଚାଲିଛି ଜଙ୍ଗଲ ସାଫ୍

ରାଜ୍ୟ

ବାରିପଦା: ଗ୍ଳୋବାଲ ଓ୍ଵାର୍ମିଂ ଯୋଗୁଁ ସରକାର ବୃକ୍ଷ ରୋପଣ ଓ ସୁରକ୍ଷା ନେଇ ସାଧାରଣ ଲୋକଙ୍କୁ ସଚେତନ କରାଇବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମୟୂରଭଞ୍ଜ ଜିଲ୍ଲାରୁ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ ମନ୍ତ୍ରୀ ଅଛନ୍ତି ।ସଭା ସମିତି ସବୁଠି ବୃକ୍ଷ ରୋପଣ ,ସୁରକ୍ଷା ଏବଂ ପରିବେଶ ସୁରକ୍ଷା ଉପରେ ଗଠନମୂଳକ ବକ୍ତବ୍ୟ ରଖିଥାନ୍ତି । କିନ୍ତୁ ମନ୍ତ୍ରୀ ଙ୍କ ନିଜ ଜିଲାରେ ଅସାଧୁ ବନ କର୍ମଚାରୀ, ଅସାଧୁ ଜନ ପ୍ରତିନିଧି ଏବଂ ବନ ମାଫିଆ ମାନେ ସରକାରଙ୍କ ବୃକ୍ଷ ରୋପଣ ଓ ଜଙ୍ଗଲ ସୁରକ୍ଷା ଯୋଜନାକୁ ପଣ୍ଡ କରି ଦେଉଛନ୍ତି ।

ସୂଚନାଯୋଗ୍ୟ ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ଯାଳୟ ଅନ୍ତର୍ଗତ ଵହଳଦା ଵନାଞ୍ଚଳ ଅଧିନସ୍ଥ ତିରିଂ ଵ୍ଳକର ଲୁପୁଙ୍ଗ ପଞ୍ଚାୟତର ପାନ୍ଧଡା ଗ୍ରାମର ପତିତ ଜମିରେ ଅବାଧରେ ଗତ ୧୨/୦୫ /୨୫ ତାରିଖରେ ୬୦ ରୁ ଉର୍ଦ୍ଧ୍ବ ଆକାଶିଆ ଗଛକୁ ବିନା ଅନୁମତିରେ କାଟି ସଫା କରା ଯାଇଥିବା ନେଇ ବନ ବିଭାଗକୁ ଗ୍ରାମବାସୀ ଜଣାଇଥିଲେ ‌ । କିନ୍ତୁ ବନ ବିଭାଗ ଜାଣି ଅଜଣା ଭଳି ରହିଲା ଯାହାଫଳରେ ଅସାଧୁ ଜଙ୍ଗଲ ମାଫିଆମାନେ କାଠ ଗଣ୍ଡିକୁ ହାଇଭା ଗାଡ଼ିରେ ନେଇ ଫେରାର ହୋଇଗଲେ । ତିରିଂର ଫରେଷ୍ଟ ଗାର୍ଡ ଗଗନ ମାଝୀ ଏବଂ ବଡଡାଳିମା ଫରେଷ୍ଟର ସନତ କୁମାର ବେହେରାଙ୍କଏବଂ ଓ୍ବାର୍ଡ ମେମ୍ବର ରାମଚନ୍ଦ୍ର ସୋରେନ ଙ୍କ ଏଥିରେ ପୁର୍ଣ ସଂପୃକ୍ତି ଅଛି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି ।ଘଟଣା ବିଷୟରେ ଵହଳଦା ଭାରା ପ୍ରାପ୍ତ ବନାଞ୍ଚଳ ଅଧିକାରୀ ଜ୍ୟୋତି ରଂଜନ ସେନାପତି ସହିତ ଯୋଗାଯୋଗ କରିବାରୁ ସେ କହୁଛନ୍ତି ପତିତ ଜମିରୁ ଦୁଇଟି ଆକାଶିଆ ଗଛ କଟା ଯାଇଛି ବୋଲି ତଳସ୍ତନ କର୍ମଚାରୀ ତାଙ୍କୁ ଲିଖିତ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଯୋଗୁଁ ସେ ସେଠାକୁ ଯାଇ ପାରି ନ ଥିଲେ । ଗ୍ରାମବାସୀ ମାନେ ବନ ବିଭାଗକୁ ଜଣାଇଥିଲେ ମଧ୍ଯ ଵନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଯୋଗୁଁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି ।ବାଡଯଦି କ୍ଷେତ ଖାଇବ ତାହାହେଲେ କ’ଣ କରାଯିବ ? ଜଙ୍ଗଲ ରକ୍ଷକ ହୋଇ ଯଥା ଜଙ୍ଗଲ ବିନାଶ କରିବ ତାହାହେଲେ ଜଙ୍ଗଲକୁ ସୁରକ୍ଷା ଦେବ କିଏ ? ତେଣୁ ରାଜ୍ୟ ଜଙ୍ଗଲ ପରିବେଶ ମନ୍ତ୍ରୀ ଙ୍କୁ ଅନୁରୋଧ ଏହା ଉପରେ ତଦନ୍ତ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ପରିବେଶବିତ୍ ଓ ଗ୍ରାମବାସୀମାନେ ଦାବି କରୁଛନ୍ତି । ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସମାଡ ମଧ୍ୟ ଅବାଧ ବେଆଇନ ଗଛ କଟା ନେଇ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ପାଇଁ ଦାବି କରିଛନ୍ତି । ସାଧାରଣରେ ପ୍ରଶ୍ନ ଉଠୁଛି ଗଛ କାଟିବାକୁ ଅନୁମତି ଦେଲା କିଏ ? ଯଦି ଦେଇଥାନ୍ତି କେତୋଟି ଗଛ ପାଇଁ ନିର୍ଦ୍ଦେଶ ଦିଆ ଯାଇଛି ? ଗଛ ଗଣ୍ଡି ଗୁଡିକକୁ ହାଇଭା ଗାଡ଼ିରେ ବୋହି ନେବାକୁ ଅନୁମତି ଦେଲା କିଏ? କାଠ ଗଣ୍ଡି ଗୁଡିକ ଗଲା କୁଆଡେ ? ବନଖଣ୍ଡ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ତାହା ରାଜସ୍ଵ ବିଭାଗ ଅନ୍ତର୍ଗତ । ତହସିଲଦାର ସେ କଥା ବୁଝିବେ । ତହସିଲଦାର କହିଲେ ମୁଁ ତଦନ୍ତ କରୁଛି । ସରକାରୀ ନିୟମ କହୁଛି ବିନା ବନ ବିଭାଗ ଅନୁମତିରେ ଗଛ କଟା ଯାଇ ପାରିବ ନାହିଁ ।ବିନା ବନ ବିଭାଗ ଓ ତହସିଲ ର ବୁଝାମଣାରେ ଗଛ କାଟିବାକୁ ସାହସ ହେଲା କେମିତି ?

Shrutilipi ad