କେନ୍ଦ୍ରାପଡା (ବିକାଶଚନ୍ଦ୍ର ବେହେରା) : ଗରଦପୁର ବ୍ଲକ ଅର୍ନ୍ତଗତ ବଡବେତରା ଗ୍ରାମର ପ୍ରଭୁ ଜଟେଶ୍ବରଙ୍କ ପୀଠରେ ବିଶ୍ବ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି | ମଇ ମାସ ୬ ତାରିଖଠାରୁ ୧୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଦିବସରେ ଜ୍ଞାନ ଯଜ୍ଞ, ଘୃତ ଯଜ୍ଞ, ନାମ ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ୧୨ ତାରିଖ ଦିନ ପୂର୍ଣ୍ଣାହୂତି ସଂପନ୍ନ ହୋଇଛି | ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଯଜ୍ଞ ସହିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା |

ଏସବୁ ମଧ୍ୟରେ ୮ ତାରିଖ ଦିନ ରାଜ୍ୟର ବିଶିଷ୍ଟ ପ୍ରବାଚକ ବ୍ରହ୍ମଚାରୀ ସତ୍ୟଚୈତନ୍ୟ ଦିବ୍ୟ ପ୍ରବଚନ ପ୍ରଦାନ କରିଥିଲେ | ୯ ଓ ୧୦ ତାରିଖରେ ଭଜନ ସମାରୋହ ୧୧ ଓ ୧୨ ରିଖରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା | ଏସବୁ କାର୍ଯ୍ୟକ୍ରମରେ ବଡବେତରା ଓ ଆଖପାଖ ଗ୍ରାମମାନଙ୍କରୁ ବହୁ ଭକ୍ତ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ | ପ୍ରତ୍ୟହ ଶହଶହ ଭକ୍ତଙ୍କ ଲାଗି ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା |

ଜଟେଶ୍ବର ଉନ୍ନୟନ ପରିଷଦର କର୍ମକର୍ତ୍ତାମାନଙ୍କ ଦ୍ବାରା ପରିଚାଳିତ ଏହି ସମସ୍ତ କାର୍ଯ୍ୟକ୍ରମରେ ବଡବେତରା ଓ ଆଖପାଖ ଗ୍ରାମମାନଙ୍କରୁ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇଥିଲେ | ଶେଷଦିନ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ବିଜେପି ନେତା ତେଜେଶ୍ବର ପରିଡା, ବିଶିଷ୍ଟ ସମାଜସେବୀ ଅଜୟ ରାଉତ ମଧ୍ୟ ଯଜ୍ଞ ଉତ୍ସବରେ ଯୋଗଦେଇ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ |


