ଆଗରପଡ଼ା :ଗତ ସୋମବାର ରାତିରେ ଘଟିଥିବା କାଳବୈଶାଖିର ପ୍ରଭାବରେ ଆଗରପଡ଼ା ଥାନା ଅନ୍ତର୍ଗତ ପୁରଷଣ୍ଡ ପଂଚାୟତର ୫ନଂ ୱାର୍ଡ଼ର ବଣିଆ ସାହି ଗ୍ରାମରେ ବିପଦ ଶଂକୁଳ ଅବସ୍ଥାରେ ଥିବା ଟ୍ରାନ୍ସଫର୍ମର ହଠାତ ଜଳିବାକୁ ଲାଗିଥିଲା । ଫଳରେ ଉକ୍ତ ଟ୍ରାନ୍ସଫର୍ମରୁ ବିଦ୍ୟୁତ ସଂଯୋଗୀକରଣ ଥିବା ଅନେକ ଘରର ଘରୋଇ ଉପକରଣ ନଷ୍ଟହୋଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ;ଗତ ସୋମବାର ରାତି ପ୍ରାୟ ୭ଟା୩୦ରେ ହଠାତ୍ ଘଡ଼ଘଡ଼ି ଓ ବିଜୁଳି ସହିତ ପ୍ରବଳ ମାତ୍ରାରେ ବର୍ଷା ଆରମ୍ଭ ହୋଇଯାଇଥିଲା । ବର୍ଷା ଛାଡ଼ିବା ପରେ ଗ୍ରାମବାସୀ ଟ୍ରାନ୍ସଫର୍ମରଟି ଜଳୁଥିବାର ଦେଖି ବିଦ୍ୟୁତ ବିଭାଗକୁ ଖବର ଦେବାପରେ ବିଭାଗ ତରଫରୁ ବିଦ୍ୟୁତ ବିଚ୍ଛେଦ କରାଯାଇଥିଲା । ଏଠାରେ ପ୍ରକାଶ ଥାଉକି ଉକ୍ତ ଟ୍ରାନ୍ସଫର୍ମଟି ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥୋର ବ୍ୟକ୍ତିଗତ ଯାଗାରେ ରାସ୍ତାକୁ ଲାଗି ଅତ୍ୟନ୍ତ ସଂକୀର୍ଣ୍ଣ ଅବସ୍ଥାରେ ବସିଅଛି । ତାର ଗୁଡ଼ିକ ରାସ୍ତା ଉପରେ ଝୁଲୁଥିବା ବେଳେ ଏହାର ଚାରିପାଖକୁ ଆବଦ୍ଧ କରାଯାଇନଥିବାରୁ ଏହା ମୁକୁଳା ଅବସ୍ଥାରେ ପଡ଼ିରହିଛି । ଯଦ୍ୱାରା ଗ୍ରାମବାସୀଙ୍କ ସମେତ କୁନିକୁନି ପିଲାମାନେ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଥିବାର ଜଣାପଡ଼ିଛି । ଅନେକ ସମୟେର ଛୋଟ ମୋଟ ଦୂଘର୍ଟଣା ଘଟୁଥିବାରୁ ଗ୍ରାମବାସୀ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଏଠାରୁ ଟ୍ରାନ୍ସଫର୍ମରଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବାରମ୍ବାର ଅନେୁରାଧ କରୁଥଲେ ମଧ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଗ୍ରାମର ଶୁଶୀଲ ପୃଷ୍ଟି, ଆଲୋକ ସାହୁ, ବିଷ୍ଣୁ ସାହୁ, ସନ୍ତୋଷ ସାହୁ, ଅରୁଣ ରାଉତ ପ୍ରମୁଖ ଶତାଧିକ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

