ବାରିପଦା -, ଭାରତୀୟ ଷ୍ଟେଟ ବ୍ୟାଙ୍କର ବେତନଟୀ ଶାଖା ପକ୍ଷରୁ ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ବେତନଟି ବ୍ଲକରେ ସର୍ବୋଚ୍ଚ ମାର୍କ ରଖିଥିବା ପ୍ରିୟଙ୍କା ମହାପାତ୍ରଙ୍କୁ ମାନ ପତ୍ର ଓ ଉପଢୌକନ ପ୍ରଦାନ ସହ ସମ୍ମାନିତ କରାଯାଇଛି। ଏହି ଅବସରରେ ପ୍ରିୟଙ୍କାଙ୍କର ପିତା ଶ୍ରୀ ପ୍ରଦୀପ କୁମାର ମହାପାତ୍ର ଉପସ୍ଥିତ ଥିବା ବେଳେ ଓ ଏମପିସି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଅର୍ଜୁନ ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ପ୍ରିୟଙ୍କା ମହାପାତ୍ର ଏ 1 ଗ୍ରେଡ ସହ ସମୁଦାୟ ୫୬୫ ନମ୍ବର ମାର୍କ ରଖି ବ୍ଲକରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିଲେ |
ପ୍ରିୟଙ୍କାର ଏହି ଉପଲବ୍ଧିରେ ଶାଖା ପରିଚାଳକ ଆର୍ ଅଶ୍ବନୀ ବଞ୍ଜନ ମୁର୍ମୁ ପ୍ରଶଂସା କରିଥିବାବେଳେ, ଏମପିସି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଅର୍ଜୁନ ସିଂ ଉତ୍ତୋରତ୍ତର ସଫାଳତା କାମନା କରିଥିଲେ ଏହି କାର୍ଯ୍ୟକ୍ରମରେ ଶାଖାର ସହ ପରିଚାଳକ ମମତା ସାହୁ, ରାଜଶ୍ରୀ ମହାନ୍ତ, ବରିଷ୍ଠ ସହାୟକ ତପନ କୁମାର ସୋରେନ, କୃଷ୍ଣ ସାହୁ ମୌଲବୀ ଚରଣ ତୁଙ୍ଗ,ପ୍ରଶାନ୍ତ ମହଲ, ସର୍ବେଶ୍ବର ଓଝା, ମିଲନ ମୁଖି ପ୍ରମୁଖ ଉପସ୍ଥିତ ଥିଲେ |