ବାରିପଦା : ବାରିପଦା ପୌରପାଳିକା ତରଫରୁ ନିର୍ମିତ ୨ ଗୋଟି ଅତ୍ୟାଧୁନିକ ସୁଲଭ ଶୌଚାଳୟକୁ ମାନ୍ୟବର ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡିଶା, ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର ଜନସାଧାରଣଙ୍କ ଉଦେଶ୍ୟରେ ଶୁଭ ଉଦଘାଟନ କରିଛନ୍ତି। ଏଥି ମଧ୍ୟରୁ ଗୋଟିଏ ବାରିପଦା ସ୍ଥିତ ଜିଲ୍ଲା ଓ ଦୌରା ଜଜଙ୍କ ଅଦାଲତ କାର୍ଯ୍ୟାଳୟ ପରିସରରେ ଏବଂ ଅନ୍ୟଟି ତକତପୁରସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ନିର୍ମିତ ହୋଇଛି।
ଏହି ଶୁଭ ଉଦଘାଟନ ଅବସରରେ କୋର୍ଟ କାର୍ଯ୍ୟାଳୟ ପରିସରରେ ମାନ୍ୟବର ମନ୍ତ୍ରୀଙ୍କ ସହିତ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ, ବାରିପଦା ପୌର ପାଳିକା ଅଧ୍ୟକ୍ଷ ଶ୍ରୀ କୃଷ୍ଣା ନନ୍ଦ ମହାନ୍ତି, ଉପାଧ୍ୟକ୍ଷା ଶ୍ରୀମତୀ ସୀମା ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ରାଉତ, ବିଭିନ୍ନ ୱାର୍ଡ ର କାଉଁସିଲର,ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ପ୍ରବୀର କୁମାର ବସା, ସମ୍ପାଦକ ଶ୍ରୀ ବିପ୍ଳବ ବାରିକ, ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ କାନ୍ଦ୍ରା ସୋରେନଙ୍କ ସହ ଓକିଲ ବୃନ୍ଦ ଉପସ୍ଥିତ ଥିଲେ।