Spuj

ସରକାରଙ୍କ ଡେଡଲାଇନ ପରେ ହୋଇପାରିବ ନାହିଁ ନୂଆ ପୌର, ରାଜସ୍ୱ ଗ୍ରାମ ଓ ପଞ୍ଚାୟତ ଗଠନ

ରାଜ୍ୟ

ଭୁବନେଶ୍ୱର : ସରକାରଙ୍କ ଡେଡଲାଇନ ପରେ ହୋଇପାରିବ ନାହିଁ ନୂଆ ପୌର, ରାଜସ୍ୱ ଗ୍ରାମ ଓ ପଞ୍ଚାୟତ ଗଠନ। ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଜନ ଗଣନା ସରିବା ଯାଏ ଏ ପ୍ରକ୍ରିୟାରେ ଲାଗିବ ରୋକ । ଜୁଲାଇରେ ହେବ ଜନଗଣନା। ଏହା ପୂର୍ବରୁ ପଡ଼ା ଗାଁରୁ ରାଜସ୍ୱ ଗ୍ରାମ ହେବା ପାଇଁ ଆସିଥିବା ଆବେଦନ ଗୁଡିକୁ ମଞ୍ଜୁର କରିବାକୁ ଚେଷ୍ଟା କରାଯିବ।

ହଜାରେ ଆବେଦନରୁ ୩ଶହ ରାଜସ୍ୱ ଗାଁ ହୋଇ ସାରିଲାଣି। ମୋଡାଲିଟି ଅନୁସାରେ ଯେଉଁ ପଡ଼ ଗାଁରେ ୨୫୦ ଲୋକ ଥିବେ ଓ ତାହା ମୂଳ ଗାଁରୁ ୫ଶହ ମିଟର ଦୂରରେ ଥିବ, ତାକୁ ହିଁ ରାଜସ୍ୱ ଗାଁ ମାନ୍ୟତା ମିଳିବ। ନଗର ଉନ୍ନୟନ ବିଭାଗ ପାଖରେ ଅନେକ ଏନଏସି ଓ ମ୍ୟୁନିସିପାଲିଟି ପାଇଁ ବି ପ୍ରସ୍ତାବ ରହିଛି।

ହେଲେ ଥରେ ଜନଗଣନା ଆରମ୍ଭ ହୋଇଗଲେ, ଏସବୁ ପ୍ରସ୍ତାବ କାର୍ଯ୍ୟକାରୀ ହୋଇ ପାରିବ ନାହିଁ। ତେଣୁ ଜୁନ ୩୦ ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

Shrutilipi ad