Img 20250504 wa0195

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର  ତାପସ କୁମାର ଆଢ୍ୟ ଓ ଅଜୟ କୁମାର ମହାପାତ୍ରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ରାଜ୍ୟ
ବାରିପଦା :  ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ୍ଜ, ବାରିପଦାରେ ଦୁଇଜଣ ଅତ୍ୟନ୍ତ ଗରିମାମୟ ଓ ସେବାନିଷ୍ଠ ଅଧିକାରୀଙ୍କ ଅବସର ଗ୍ରହଣ ଅବସରରେ ବିଦାୟ ସମାରୋହ ଅନୁଷ୍ଠିତ ହୋଇଛି। ଏହି ଦୁଇଜଣ କର୍ମଚାରୀ ହେଲେ ହିନ୍ଦୀ ଶିକ୍ଷକ, ତାପସ କୁମାର ଆଢ୍ୟ ଓ ମୁଖ୍ୟ କିରାଣି, ଅଜୟ କୁମାର ମହାପାତ୍ର। ପ୍ରତିଷ୍ଠାନର ଅଧ୍ୟକ୍ଷ, ଶ୍ରୀଯୁକ୍ତ ପ୍ରମୋଦ କୁମାର ଡାକୁଆଙ୍କର ସଭାପତିତ୍ବରେ ଅନୁଷ୍ଠିତ ଏହି ବିଦାୟକାଳୀନ ସମାରୋହରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ମୟୂରଭଞ୍ଜ  ଗୌତମ କୁମାର ପାତ୍ର, ପୂର୍ବତନ ଅଧ୍ୟକ୍ଷ, ଅନାଦି ଚରଣ ବିନ୍ଧାଣୀ, ପୂର୍ବତନ ଅଧ୍ୟକ୍ଷ, ବିଦ୍ୟାଧର ଜେନା, ପୂର୍ବତନ ଅଧ୍ୟକ୍ଷ, ରଣଞ୍ଜିତ କୁମାର ମହାପାତ୍ର, ଜିଲ୍ଲା ବାଳିକା ଶିକ୍ଷା ସଂଯୋଜକ, ମୟୂରଭଞ୍ଜ ସପନ ପୃଷ୍ଟି, ବଶିଷ୍ଠ ଶିକ୍ଷକ ପ୍ରଶିକ୍ଷକ, ପ୍ରଦୀପ କୁମାର ଦାସ, ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ, କୁଶଳଦାର ଅଧ୍ୟକ୍ଷା, ସୁକାନ୍ତି ସୋରେନ୍ ଯୋଗଦାନ କରି ଦୁଇଜଣ କର୍ମଚାରୀଙ୍କର କର୍ମକ୍ଷେତ୍ରରେ ସେବା ଓ ଅନୁଶାସନର ସ୍ମୃତିଚାରଣ ତଥା ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। ଦୀର୍ଘ ଦୁଇ ଦଶକରୁ ଅଧିକ ସମୟ ଧରି ଶିକ୍ଷା କ୍ଷେତ୍ରରେ ସେବାଦେଇ ଆସୁଥିବା ତାପସ କୁମାର ଆଢ୍ୟ ନିଜର ଗମ୍ଭୀରତା, ଅନୁଶାସନ ଓ ଶିକ୍ଷାପ୍ରତି ଅଗାଧ ନିଷ୍ଠା ଦ୍ୱାରା ଗୁରୁଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ପ୍ରେରଣା ମୂର୍ତ୍ତି ହୋଇଥିଲେ ।ଅନ୍ୟପଟେ ଅଜୟ କୁମାର ମହାପାତ୍ର, ମୁଖ୍ୟ କିରାଣି ଭାବେ ତାଙ୍କର କାର୍ଯ୍ୟଦକ୍ଷତା ଓ ଉତ୍ତମ ବ୍ୟବହାର ଦ୍ୱାରା ଅନେକ ପ୍ରଶଂସା ଅର୍ଜନ କରିଥିଲେ ଏବଂ ପ୍ରତିଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମର ହିସାବପାତ୍ର ଓ ନିୟମିତତାରେ ସେ ଅନୁପମ ଭୂମିକା ନିଭାଇଥିଲେ। ଅବସର ଗ୍ରହଣ ସମାରୋହରେ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ/ପ୍ରସିକ୍ଷିକା, ଶିକ୍ଷକ ପ୍ରଶିକ୍ଷକ/ପ୍ରସିକ୍ଷିକା, କର୍ମଚାରୀ ଓ ଗୁରୁଛାତ୍ରଛାତ୍ରୀମାନେ ତାଙ୍କୁ ସ୍ମୃତିଚିହ୍ନ ଉପହାର ଦେଇ ଅବସର ପରବର୍ତ୍ତୀ ଜୀବନ ନିରାମୟ ଓ ସୁଖକର ହେଉ ବୋଲି କାମନା କରିଥିଲେ। ଏହି ବିଦାୟ ଅବସରରେ ଦୁଇଅଧିକାରୀ ତାଙ୍କ ସହଯୋଗୀ, ବନ୍ଧୁବାନ୍ଧବ ଓ ଗୁରୁଛାତ୍ରଛାତ୍ରୀମାନଙ୍କୁ କୃତଜ୍ଞତା ଜଣାଇବା ସହିତ ପ୍ରତିଷ୍ଠାନ ପାଇଁ ଶୁଭେଚ୍ଛା ଜଣାଇଥିଲ ।
Shrutilipi ad