Img 20250504 wa0190

ମେ ୨୦ ଦେଶବ୍ୟାପୀ ସାଧାରଣ ଧର୍ମଘଟର ସଫଳତା ପାଇଁ ମିଳିତ ପ୍ରସ୍ତୁତି ବୈଠକ

ରାଜ୍ୟ
ବାରିପଦା: କେନ୍ଦ୍ର ସରକାରର ଶ୍ରମିକ, କୃଷକ, ସାଧାରଣ ମଣିଷ ବିରୋଧୀ ନୀତିର ପ୍ରତିବାଦରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ଵାଧୀନ ଫେଡେରେସନ ମାନଂକ ପକ୍ଷରୁ ଆଗାମୀ ମେ ୨୦ ଦେଶବ୍ୟାପୀ ସାଧାରଣ ଧର୍ମଘଟ ପରିପ୍ରେକ୍ଷୀରେ, ଆଜି ତୁଳସିଚୈରା ସ୍ଥିତ ମୟୁରଭଞ୍ଜ ଏଆଇଟିୟୁସି ଜିଲ୍ଲା କାର୍ଯ୍ୟାଳୟରେ ମିଳିତ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଆଇଏନଟିୟୁସି ର କୈଳାସ ଚନ୍ଦ୍ର ମହାନ୍ତ, ଏଆଇଟିୟୁସି ର ମଦନମୋହନ ଜେନା,ସିଆଇଟିୟୁ ରବି ଗୋସ୍ୱାମୀ,ଏଆଇୟୁଟିୟୁସି ର ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ମିଳିତ ସଭାକୁ ପରିଚାଳନା କରିଥିଲେ। ଏଆଇଟିୟୁସି ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ଆସନ୍ତା ମେ ୨୦ ରେ ଅନୁଷ୍ଠିତ ହେବାକୁ ଥିବା ଦେଶବ୍ୟାପୀ ସାଧାରଣ ଧର୍ମଘଟ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।ସିଆଇଟିୟୁ ର ସାଥୀ ଅମଲ ଦେ ଏହାର ସଫଳତା ପାଇଁ ଜିଲ୍ଲାର ବିଭିନ୍ନ ଉପଖଣ୍ଡ ଓ ବ୍ଲକ୍ ସ୍ତରୀୟ କନଭେନସନ, ବୈଠକ ଅନୁଷ୍ଠିତ କରାଯାଇ ବ୍ୟାପକ ପ୍ରସାର ଦିଗରେ ପ୍ରସ୍ତାବ ରଖିଥିଲେ। ଏଆଇୟୁଟିୟୁସିର ସାଥୀ ପ୍ରକାଶ କୁମାର ମଢେଇ ବ୍ଲକ୍ ସ୍ତରୀୟ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ।ଏହି ବୈଠକରେ ବିଭନ୍ନ ବର୍ଗ ଓ ବିଭାଗର ଶ୍ରମିକ କର୍ମଚାରୀମାନଙ୍କ ନେତୃତ୍ବ ଯୋଗଦାନ କରି ଉଭୟ ସରକାରଙ୍କ ମାରଣ ନୀତି ଗୁଡିକୁ କଡ଼ା ଭାଷାରେ ନିନ୍ଦା କରିବା ସହ ଆଗାମୀ ଧର୍ମଘଟକୁ ଗ୍ରାମାଞ୍ଚଳରେ ପ୍ରସାର କରିବା ଦିଗରେ ଯଥେଷ୍ଟ ଯତ୍ନବାନ ହେବାକୁ ସର୍ବ ସମ୍ମତ ହୋଇଥିଲେ। ଏଆଇଟିୟୁସି ରୁ ସାଥୀ କାହ୍ନୁଚରଣ ବେହେରା, ଶ୍ରୀକାନ୍ତ ସାମଲ, ଲିପି ମିଶ୍ର, ସିଆଇଟିୟୁ ରୁ ରଞ୍ଜିତା ରାଉତ, ସନ୍ଧ୍ୟା ରାଣୀ ବେହେରା, ବିଣାପାଣି ନାଏକ,ଶରତ ଚନ୍ଦ୍ର ବାଗ, ଜୟନ୍ତି ମହାନ୍ତ,ଲିଳାବତୀ, ମାଳତୀ ମହାନ୍ତ, ଏଆଇୟୁଟିୟୁସିର ଗୋପିନାଥ ରାଉତ, ଅର୍ଜୁନ ମହାନ୍ତ,ମଗୁଳୁ ତିରିଆ,ତରଣୀ ରାଉତ, ଜଗବନ୍ଧୁ ମଲ୍ଲିକ ପ୍ରମୁଖ ନେତୃତ୍ବ ଯୋଗ ଦେଇଥିଲେ ନିଷ୍ପତ୍ତି ମୁତାବକ ଆଗାମୀ ୧୩ ତାରିଖ ଠାରୁ ୧୯ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରଚାର କାର୍ଯ୍ୟକ୍ରମ ଚାଲୁ ରହିବ। କରଞ୍ଜିଆ, ରାଇରଙ୍ଗପୁର, ଉଦଳା ଉପଖଣ୍ଡରେ ୧୫ ଓ ୧୬ ତାରିଖ ପ୍ରଚାର ସହ ପଥପ୍ରାନ୍ତ ସଭା ଅନୁଷ୍ଠିତ ହେବ।୧୮ ଓ ୧୯ ତାରିଖ ବାରିପଦା ରେ ହେବାକୁ ସ୍ଥିର ହୋଇଛି |
Shrutilipi ad