Truck falls from bridge 1080x570

ଫ୍ଲାଏଓଭରରୁ ଖସିଲା ଟ୍ୟାଙ୍କର, ଅଳ୍ପକେ ବର୍ତ୍ତିଲେ ଲୋକେ

ରାଜ୍ୟ

ରାୟଗଡ଼ା: ରାୟଗଡ଼ାରେ ଏକ ଫ୍ଲାଏଓଭରରୁ ତଳକୁ ଟ୍ୟାଙ୍କର ଖସିପଡ଼ିଥିବା ବେଳେ ଅଳ୍ପକେ ରକ୍ଷା ପାଇଛନ୍ତି ଡ୍ରାଇଭର ଏବଂ ସ୍ଥାନୀୟ ଲୋକମାନେ।

ସୂଚନା ଅନୁଯାୟୀ, ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଟ୍ୟାଙ୍କରଟି ବ୍ରିଜର ରେଲିଂକୁ ଧକ୍କା ଦେବା ପରେ ଫ୍ଲାଏଓଭରରୁ ତଳକୁ ଖସି ପଡ଼ିଥିଲା।

ବଜାର ଅଞ୍ଚଳରେ ଲୋକଙ୍କ ଭିଡ଼ ଜମିଥିବା ବେଳେ କାହାର କୌଣସି କ୍ଷୟକ୍ଷତି ହୋଇଥିବାର ରିପୋର୍ଟ ନାହିଁ। ଦୁର୍ଘଟଣା ପରେ ଗାଡ଼ିର ଡ୍ରାଇଭର ଘଟଣାସ୍ଥଳରୁ ପଳାଇ ଯାଇଥିବା ସନ୍ଦେହ କରାଯାଉଛି।

ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବାନୁଯାୟୀ, ଡ୍ରାଇଭର ବିପରୀତ ଦିଗରୁ ଆସୁଥିବା ଏକ ସ୍କୁଟରକୁ ବଞ୍ଚାଇବାକୁ ଚେଷ୍ଟା କରିବାରୁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କୋରାପୁଟରୁ ଝାରସୁଗୁଡ଼ା ଯାଉଥିବା ବେଳେ ଟ୍ୟାଙ୍କରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଖବର ପାଇ ଘଟଣାସ୍ଥଳରେ ପୋଲିସର ଏକ ଟିମ୍ ପହଞ୍ଚିଥିବା ବେଳେ ଦୁର୍ଘଟଣାସ୍ଥଳରୁ ଟ୍ୟାଙ୍କରକୁ ବାହାର କରିବା ପାଇଁ ପ୍ରୟାସ ଜାରି ରହିଛି। ତେବେ ଟ୍ୟାଙ୍କରଟି ଖାଲି ଥିଲା କି ଭିତରେ କିଛି ଅଛି ତାହା ତୁରନ୍ତ ସ୍ପଷ୍ଟ ହୋଇପାରିନଥିଲା।

Shrutilipi ad