ବାରିପଦା – ଆଜି ଏକ ଚେକ ବାଉନ୍ସ ମାମଲାର ବିଚାର କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ବାରିପଦା (ପ୍ରଥମ) ନିମ୍ନ ଅଡାଲତ ତଥା ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ମାଜିଷ୍ଟେଟ ପ୍ରଦାନ କରିଥିବା ଅଭିଯୁକ୍ତ ବିରୋଧରେ ରାୟ କୁ କାଏମ ରଖିଛନ୍ତି l ମାମଲାର ବିବରାଣୀ ରୁ ପ୍ରକାଶ ଯେ ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅନ୍ତର୍ଗତ କଣ୍ଟିସାହି ଅଞ୍ଚଳର ଅଜୟ କୁମାର ପାତ୍ର କଣ୍ଟିସାହି ଲ୍ୟାମ୍ପ ରୁ ଏକଲକ୍ଷ ଟଙ୍କା ରୁଣ ନେଇଥିଲେ l ଏ ବାବଦରେ ସିଏ ରୁଣପରିଷୋଧ ପାଇଁ ଏକଲକ୍ଷ ବାଇଶ ହଜାର ସାତସହ ଏକଚାଳିଶ (1,22,741) ଟଙ୍କା ର ଏକ ଚେକ ବ୍ୟାଙ୍କ କୁ ଦେଇଥିଲେ l ପରେ ଚେକ ଟି ବାଉନ୍ସ ହୋଇଯିବାରୁ ବ୍ୟାଙ୍କ ର ପରିଚାଳନା ନିର୍ଦ୍ଧେଶକ ବେଦପ୍ରଭା କର ମାନ୍ୟବର ଏସ ଡ଼ି ଜେଏମ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ l ଏ ବାବଦରେ ଏସ ଡ଼ି ଜେଏମ କୋର୍ଟ ରେ କେସ ନମ୍ବର 125/2018 ରେ ଏକ ମାମଲା ରୁଜୁ ହୋଇଥିଲା l ପରବର୍ତ୍ତୀ ସମୟରେ ଏହି ମାମଲାଟି ଜେ ଏମ ଏଫ ସି କୋର୍ଟ କୁ ବିଚାର ପାଇଁ ଟ୍ରାନ୍ସଫାର ହୋଇଥିଲା ଉକ୍ତ କେସଟିକୁ ଶୁଣାଣି କରି ଅଭିଯୁକ୍ତ କୁ ଛଅ ମାସ କାରାଦଣ୍ଡ ସମେତ ଏକ ଲକ୍ଷ ପଞ୍ଚାବନ ହଜାର ଚାରିଶହ ବୟାଅଶି (1,55,482)ଟଙ୍କା ଜୋରିମାନା ରେ ଦଣ୍ଡିତ କରିଥିଲେ l ଜୋରିମାନା ଅନାଦେୟ ଅଧିକ ଦୁଇମାସ କାରାଦଣ୍ଡ ର ଆଦେଶ ଶୁଣାଣି କରିଥିଲେ l ଉକ୍ତ ଆଦେଶ ବିରୋଧରେ ଅଭିଯୁକ୍ତ ମାନ୍ୟବର ଜିଲ୍ଲା ଦୌରାଜଜ୍ ଙ୍କ ନିକଟରେ ଏକ ଅପିଲ ଫାଇଲ କରିଥିଲେ l ଏହି ଫାଇଲଟି ବିଚାର ପାଇଁ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ( ପ୍ରଥମ) ଙ୍କ ନିକଟକୁ ଟ୍ରାନ୍ସଫର ହୋଇଥିଲା l ଆଜି ଉକ୍ତ କେସ ର ସମସ୍ତ ପ୍ରମାଣ ପତ୍ର କୁ ଭିତ୍ତି କରି ଅଡାଲତ ପକ୍ଷରୁ ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଲ୍ୟାମ୍ପ ତରଫରୁ ଆଇନଜୀବୀ ବଟକୃଷ୍ଣ ପାଢ଼ୀ ମାମଲା ପରିଚାଳନା କରୁଥିଲେ l

