ବାରିପଦା: ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଆଜି ବାରିପଦା ବ୍ଲକ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରା ଜଜ ଶ୍ରୀ ଅରବିନ୍ଦ ପଟ୍ଟନାୟକ ପୌରହିତ୍ୟ କରିଥିଲେ। ଏହି ଅବସରେ ଜିଲ୍ଲା ଶ୍ରମ ବିଭାଗ ଦ୍ଵାରା ଶ୍ରମିକ ହିତାଧିକାରୀ ମାନଙ୍କ ମଧ୍ୟରେ ବିଭିନ୍ନ ସହାୟତା ଯଥା ମୃତ୍ୟୁକାଳୀନ ସହାୟତା, ଶ୍ରମିକ ପରିଚୟ ପତ୍ର, ବିବାହ ସହାୟତା, ଶିକ୍ଷା ସହାୟତା ଇତ୍ୟାଦି ବଣ୍ଟା ଯାଇଥିଲା। ଏହା ସହିତ ଶ୍ରମିକ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଥିବା ଯୋଜନା ଓ ଅଧିକାର ବିଷୟରେ ମଧ୍ୟ ସଚେତନ କରା ଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଚନ୍ଦନ ମାଝି, ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଦେବେନ୍ଦ୍ର ପ୍ରସାଦ ବଳ, ଅଧିକାର ମିତ୍ର ଶ୍ରୀ ରବୀନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ଶ୍ରମିକ ମାନଙ୍କୁ ବିଭିନ୍ନ ଅଧିକାର ସମ୍ପର୍କରେ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଆଇନ ସେବା ପ୍ରାଧିକରଣର କର୍ମଚାରୀ ମାନେ ସହଯୋଗ କରିଥିଲେ ।

