କାଲି ଦେଉଥିଲେ ଧମକ, ଆଜି ଦେଶ ଛାଡ଼ିଲେ ବିଲାଓ୍ବଲଙ୍କ ପରିବାର

ଦେଶ - ବିଦେଶ

କାଲି ଦେଉଥିଲେ, ଆଜି ଦେଶ ଛାଡ଼ିଲେ ପରିବାର। ଭାରତର ଯୁଦ୍ଧାଭ୍ୟାସ ଦେଖି ଛାନିଆ ହୋଇପଡ଼ିଥିବା ପାକ୍ ନେତାମାନେ ଜୀବନ ବଞ୍ଚାଇବାକୁ ଦେଶ ଛାଡ଼ି ପଳାୟନ କରୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ପାକ୍ ସେନାଧ୍ୟକ୍ଷ ଆସିଫ ମୁନିର ସପରିବାର ଦେଶ ଛାଡ଼ି ପଳାଇଥିବାବେଳେ ଏବେ ଭାରତକୁ ଧମକ ଦେଇଥିବା ବିଲାଓ୍ବଲ ଭୁଟ୍ଟୋଙ୍କ ପରିବାର ଦେଶ ଛାଡ଼ି କାନାଡ଼ା ପଳାଇଛି।

ଜାମ୍ମୁ-କାଶ୍ମୀରର ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିବା ସହିତ ପାଣି ବନ୍ଦ କରିବାକୁ ଘୋଷଣା କରିଥିଲା। ଭାରତର ଏହି ନିଷ୍ପତ୍ତି ପରେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ନେତା ବିଲାଓ୍ବଲ ଭୁଟ୍ଟୋ ଭାରତକୁ ଧମକ ଦେଇଥିଲେ। ସିନ୍ଧୁ ନଦୀରେ ଜଳ ବୋହିବ, ନଚେତ ଭାରତୀୟଙ୍କ ରକ୍ତ ବୋହିବ ବୋଲି ବିଲାଓ୍ବଲ କହିଥିଲେ। କିନ୍ତୁ ଏହାର ଦିନକ ପରେ ତାଙ୍କ ପରିବାର ପାକିସ୍ତାନ ଛାଡ଼ି କାନାଡ଼ା ପଳାଇଛନ୍ତି। ଭାରତର ଆକ୍ରମଣ ଭୟରେ ଜଣକ ପରେ ଜଣେ ପାକିସ୍ତାନୀ ନେତା ଦେଶ ଛାଡ଼ିବା ଘଟଣା ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି।

Shrutilipi ad