ଆଗରପଡ଼ା :ଦ୍ୱିବେଦୀ ଫାଉଣ୍ଡେସନ ଟ୍ରଷ୍ଟ ଓ ଭଦ୍ରକ ଜିଲ୍ଲା ପୋଲିସ୍ ମିଳିତ ସହାୟତାରେ ଆଗରପଡ଼ା ଥାନା ପରିସରରେ ଥାନାଧିକାରୀ ଶ୍ରୀକାନ୍ତ ପତିଙ୍କ ଆବାହକତ୍ୱରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ୬୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଭଦ୍ରକ ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ । ଥାନାରେ ଏହି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ପ୍ରଥମ କରି ଆୟୋଜନ କରାଯାଇଥିଲା । ପୂର୍ବରୁ କେବେ ହୋଇ ନ ଥିବାର ଜଣାପଡ଼ିଛି ।
