ଆଗରପଡ଼ା :ବନ୍ତ ବ୍ଳକ ଶିକ୍ଷାଧିକାରୀଙ୍କ ଅଧିନସ୍ଥ କାଦବରାଙ୍ଗ ସଂଯୁକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜୁନିୟର ରେଡ଼କ୍ରସ ଓ ସ୍କାଉଟ ଏଣ୍ଡ ଗାଇଡ଼ର ମିଳିତ ଆନୁକୁଲ୍ୟରେ କାଦବରାଙ୍ଗ ବଜାରରେ ଜଳଛତ୍ର ଶିବିର ବିଦ୍ୟାଳୟ ପ୍ରଧାନଶିକ୍ଷକ ବିମଳ ଚନ୍ଦ୍ର ଦାସ,ଏସଏମସି ସଭାପତି ପ୍ରଶନ୍ନ ପଣ୍ଡା,ଅଲମିନି ସଭାପତି ସୁବଳକାନ୍ତ ପଣ୍ଡା ଏବଂ ଅବସରପ୍ରାପ୍ତ ଶିକ୍ଷକ ଅଦିତ୍ୟ ଜେନାଙ୍କ ଉପସ୍ଥିତିରେ ପଂଚାୟତର ପୂର୍ବତନ ସରପଂଚ ଭାଗିରଥି ସେଠୀ ଶୁଭାରମ୍ଭ କରିଥିଲେ । ଉକ୍ତ ଶିବିର ୨୨ ତାରିଖ ଠାରୁ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଉକ୍ତ ଶିବିରକୁ ବିଦ୍ୟାଳୟ ଶିକ୍ଷୟିତ୍ରୀ ତଥା ଜେରାସି କାଉନସିଲର ରିହା ରାଉଳ ଓ ସ୍କାଉଟ ଏଣ୍ଡ ଗାଇଡ଼ର ସଂଗିତା ବେହେରା ସେମାନଙ୍କ ଗ୍ରୁପରେ ଥିବା ଛାତ୍ରଛାତ୍ରଙ୍କ ସହଯୋଗରେ ଆୟୋଜନ କରିଥିଲେ । ଏଥିରେ ବିଦ୍ୟାଳୟର ବରିଷ୍ଠ ଓ କନିଷ୍ଠ ବିଭାଗର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ । ଗ୍ରୀଷ୍ମ ପ୍ରଭାବକୁ ଆଖି ଆଗରେ ରଖି ବିଦ୍ୟାଳୟ ଦ୍ୱାରା ଅନୁଷ୍ଠିତ ହୋଇଥିବା ଏହିପରି କାର୍ଯ୍ୟକୁ କାଦବରାଙ୍ଗ ପଂଚାୟତବାସୀଙ୍କ ସମେତ ଆଖପାଖ ଅଂଚଳର ଲୋକଙ୍କ ଦ୍ୱାରା ଖୁବ୍ ପ୍ରଶଂସା କରାଯାଇଛି ।

