Img 20250423 wa0188

ଜିଲ୍ଲା ସ୍ତରୀୟ କନିଷ୍ଠ ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ

State

ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଜିଲ୍ଲା ସ୍ତରୀୟ କନିଷ୍ଠ ପୁରୁଷ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି I ପ୍ରତ୍ୟେକ ଦଳ ୯ ଜଣ ୧୯ ବର୍ଷରୁ କାମ ଓ ୬ ଜଣ ୧୬ ବର୍ଷରୁ କମ ବୟସର ଖେଳାଳିଙ୍କୁ ନେଇ ଗଠିତ I ମ୍ୟାଚରେ ଗୋଟିଏ ଦଳରେ ଦଳରେ ୭ ଜଣ ୧୯ ବର୍ଷରୁ କମ ଓ ୪ ଜଣ ୧୬ ବର୍ଷରୁ କମ ଖେଳାଳି ରହିବା ଅନିବାର୍ଯ୍ୟ ବୋଲି କ୍ରିକେଟ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି ଜଣାଇଛନ୍ତି I ଆଜିର ମ୍ୟାଚରେ କରଞ୍ଜିଆ କ୍ଲବ ମୟୁରଭଞ୍ଜ ୟଲ କ୍ଲବକୁ ୭୩ ରନରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି କରଞ୍ଜିଆ ୨୬. ୩ ଓଭରରେ ସମସ୍ତ ଉଇକେଟ ହରାଇ ୧୩୨ ରନ କରିଥିଲେ I ଦଳ ପକ୍ଷରୁ ନାରାୟଣ ପାତ୍ର ସ୍କୋର କରିଥିବା ବେଳେ ବିପକ୍ଷ ଦଳର ଶମ୍ଭୁନାଥ ମୁଣ୍ଡା ୪ଟି ଓ ଅମରେଶ ବିନ୍ଧାଣି ୩ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ମୟୁରଭଞ୍ଜ ୟଲ ୧୧ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୫୯ ରନ ସଂଗ୍ରହ କରିପାରିଥିଲେ I ଦଳ ପକ୍ଷରୁ ଆସିହା ନାଏକ ୨୩ ରନ କରିଥିବା ବେଳେ ବିପକ୍ଷ ଦଳର ମହମ୍ମଦ ଆର୍ସାଦ ରାଜା, ସାହିଲ କୁମାର ମହାନ୍ତ ଓ ଗମ୍ଭୀର ପିଙ୍ଗୁଆ ୨ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ନାରାୟଣ ପାତ୍ର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଦିଲ୍ଲୀପ ଦାସ ଓ ସୁଶାନ୍ତ ମହାନ୍ତି ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଂରେ ସହାୟତା କରିଥିଲେ I ସମାଜସେବୀ ବିନୟ ବେହେରା ଅତିଥି ଭାବେ ଓ ସହ ସମ୍ପାଦକ ଅମ୍ବିକା ରାଉତ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଗତକାଲିର ଉଦଘାଟନୀ ମ୍ୟାଚରେ କରଞ୍ଜିଆ କ୍ଲବ ଡି ଆର କେ କ୍ଲବକୁ ୬ ଉଇକେଟରେ ପରାସ୍ତ କରିଥିଲା I ଏମ ସି ସି ବ୍ୟାଙ୍କ ସଭାପତି ସୁବ୍ରମନିୟମ ମହାନ୍ତି ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ I