ବିକାଶଠାରୁ ବହୁଦୂରରେ ରାମଚନ୍ଦ୍ରପୁର ପଂଚାୟତ, ମୌଳିକ ସୁବିଧାରୁ ଅଂଚଳବାସୀ ବଂଚିତ

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଳକ ଅନ୍ତର୍ଗତ ରାମଚନ୍ଦ୍ରପୁର ପଂଚାୟତବାସୀ ସ୍ୱାଧିନତାର ୭୭ବର୍ଷ ପରେବି ଶିକ୍ଷା-ସ୍ୱାସ୍ଥ୍ୟ ଓ ଗମନାଗମନ ପରି ମୌଳିକ ସୁବିଧାରୁ ବଂଚିତ ହୋଇ ଆସୁଛନ୍ତି । ୧୪ଗେ।।ଟି ୱାର୍ଡ଼ର ୧୪୮୦ ଅନୁସୁଚିତି ଜାତି ,୧୩୯ ଅନୁସୁଚିତ ଜନଜାତି ଏବଂ ୩୧୧୮ଜଣ ଅନ୍ୟାନ୍ୟ ଏହିପରି ମୋଟ ୪୭୩୭ ଜନସଂଖ୍ୟା କୁ ନେଇ ଉକ୍ତ ପଂଚାୟତ ଗଠିତ ହୋଇଥିବା ବେଳେ ଭୋଟରଙ୍କ ସଂଖ୍ୟା ୩୭୩୫ଜଣ ରହିଥିବା ଜଣାଯାଇଛି । ପଂଚାୟତରେ ସର୍ବାଙ୍ଗିନ ଉନ୍ନତି ପାଇଁ ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟ ସଂପାଦିତ ହୋଇଛି । ହେଲେ ଉକ୍ତ ପଂଚାୟତରେ ରହିଥିବା ପ୍ରମୁଖ ସମସ୍ୟା ପାନୀୟ ଜଳ,ଯାତାୟତ ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କୌଣସି ସୁଧାର ଆସିନି । ବହୁ ଯୋଜନା ଅଧାପନ୍ତରିଆ ଭାବେ ପଡ଼ିରହିଛି । ବସୁଧା ଯୋଜନାରେ ଏହି ପଂଚାୟତରେ ଏକ ଳକ୍ଷ ଲିଟର କ୍ଷମତା ବିଶିଷ୍ଟ ୫ଟି ନଭଶ୍ଚୁମ୍ବୀ ପାଣିଟାଙ୍କି ବସିଥିଲେ ମଧ୍ୟ ଏହା ଅଧପନ୍ତରିଆ ଅବସ୍ଥାରେ ପନିରହିଛି । କେଉଁଠି ପାଇପ ବିଝା କାମ ସରି ନାହିଁତ ଆଉ କେଉଁଠି ପାଇପ ନଷ୍ଟ ହେବାକୁ ବସିଛି । ଯଦ୍ୱାରା ପଂଚାୟତର ବିଭିନ୍ନ ଗ୍ରାମର ଅଧିବାସୀ,ବିଦ୍ୟାଳୟର ଛାତ୍ରଛାତ୍ରୀ ,ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଂଚିତ ହେଉଛନ୍ତି । ସେହିପରି ପଂଚାୟତ ପାଶ୍ୱର୍ରେ ପ୍ରବାହିତ କପାଳୀ ନଦୀ ଉପରେ ରାମଚନ୍ଦ୍ରପୁର-ପାନପଦୀ ଓ ପାନପଦୀ-କରାଣ୍ଡି ଗଢ଼ିଆକୁ ସଂଯୋଗ ପାଇଁ ପକ୍କା ପୋଲ ନିର୍ମାଣ ହୋଇଛି । ହେଲେ ପକ୍କା ପୋଲର ଉଭୟପାଶ୍ୱର୍ରେ ଆପ୍ରୋଚ ରୋଡ଼ ନିର୍ମାଣ ହୋଇନଥିବାରୁ ଲୋକେ ପୋଲର ସୁଫଳ ପାଇପାରୁନାହାନ୍ତି । ଆପ୍ରୋଚ ରୋଡ଼ ଼ ନିର୍ମାଣ ହେଲେ ଏହାର ଅନ୍ୟପାଶ୍ୱର୍ରେ ଥିବା ପାନପଦୀ, ବଳଭଦ୍ରପୁର, ଆଗରପଡ଼ା, ଅଢ଼ାଳପଙ୍କ, ନରସିଂହପୁର ଏବଂ ଜିରିଣା ଆଦି ଗାଁ ସହ ବିଭିନ୍ନ ସ୍ଥାନର ସଂଯୋଗ ସ୍ଥାପନ ହୋଇପାରିବ । ସେହିପରି ପଂଚାୟତରେ ଉପସ୍ୱାସ୍ଥ୍ୟ କେନ୍ଦ୍ର ଥିଲେ ସୁଦ୍ଧା ଆବଶ୍ୟକୀୟ ଔଷଧ ମିଳିପାରୁନଥିବାରୁ ଲୋକେ ଊପଯୁକ୍ତ ସେବା ପାଇପାରୁନାହାନ୍ତି । ଯଦ୍ୱାରା ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପାଇଁ ୪କିମି ଦୁରରେ ଥିବା ବନ୍ତ କିମ୍ବା ଅଢ଼ାଳପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ୁଛି । ରାମଚନ୍ଦ୍ରପୁର ଛକଠାରୁ ସାହରାଗଢ଼ିଆ ଭାୟା କରାଣ୍ଡିଗଢ଼ିଆ ରାସ୍ତା ମରାମତି ଅଭାବରୁ ମରଣଯନ୍ତା ପାଲଟିଥିବା ବେଳେ ନିମପଡ଼ା ଗାଁରୁ କପାଳୀ ନଦୀ ପାଖ ଦେଇ ବନ୍ତ ଆଗରପଡ଼ା କୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଆଜିପର୍ଯ୍ୟନ୍ତ କରାଯାଇପାରୁନଥିବାରୁ ବର୍ଷା ଋତୁରେ କପାଳୀ ନଦୀରେ ବନ୍ୟା ହୋଇ ଉକ୍ତ ଜଳ ଗୃହକୁ ପ୍ରବେଶ କରିଥିବା ବେଳେ ଏହା ପାଖରେ ଥିବା ଚାଷ ଜମି ଆଜିବି ପଡ଼ିଆ ପଡ଼ିଛି । ବିଭିନ୍ନ ଦୃଷ୍ଟି କୋଣରୁ କପାଳୀକ୍ଷେତ୍ର ଉକ୍ତ ପଂଚାୟତର ପ୍ରମୁଖ ଭୂମିକା ନିର୍ବାହ କରୁଥିବା ସ୍ଥଳେ ଏଠାରେ ନିର୍ମିତ ଶୌଚାଳୟ ଓ କଲ୍ୟାଣମଣ୍ଡପ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ତେଣୁ ସମସ୍ୟା ଜର୍ଜରିତ ଉକ୍ତ ପଂଚାୟତବାସୀଙ୍କୁ ସେମାନଙ୍କ ମୌଳିକ ସୁବିଧା ଯଥାଶୀଘ୍ର ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Shrutilipi ad