ପ୍ରତିଷ୍ଠା ହେବ ୫ ସ୍ଵତନ୍ତ୍ର ଫାଷ୍ଟଟ୍ରାକ ମହିଳା କୋର୍ଟ: ଆଇନ ମନ୍ତ୍ରୀ

ଦେଶ - ବିଦେଶ

ଭୁବନେଶ୍ବର: ରାଜ୍ୟରେ ୫ଟି ସ୍ଵତନ୍ତ୍ର ଫାଷ୍ଟଟ୍ରାକ ମହିଳା କୋର୍ଟ ପ୍ରତିଷ୍ଠା ହେବ। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ହାଇକୋର୍ଟଙ୍କ ସହ ଆଲୋଚନା ଆରମ୍ଭ ହୋଇଛି।
କୋର୍ଟ ପ୍ରତିଷ୍ଠା ଦିଗରେ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମହିଳା କୋର୍ଟ ପ୍ରତିଷ୍ଠା ହେଲେ ବିରୋଧୀ ଅପରାଧରେ ତ୍ୱରିତ ନ୍ୟାୟ ମିଳିବା ସହ ଦଣ୍ଡ ବିଧାନ ହାର ବଢିବ।
ପ୍ରାରମ୍ଭିକ ଭାବେ ୫ ଟି ଏବଂ ପରେ ଏହି ସଂଖ୍ୟା ବୃଦ୍ଧି କରାଯିବ। ଏହା ବାଦ ୩୧୪ ବ୍ଲକରେ କୋର୍ଟ ପ୍ରତିଷ୍ଠା ପାଇଁ ସରକାରଙ୍କ ଯୋଜନା ରହିଛି। ଗ୍ରାମ୍ୟ କୋର୍ଟ ମଧ୍ୟ ସରକାର ପ୍ରତିଷ୍ଠା କରିବେ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି।

Shrutilipi ad