ଭୟଙ୍କର ଅଗ୍ନିକାଣ୍ଡ: ୪ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ରାଜ୍ୟ

ନୂଆଦିଲ୍ଲୀ : ଗୁଜରାଟ ଦାହୁଦରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିର୍ମାଣାଧୀନ ୭୦ ମେଗାଓ୍ବାଟ୍ ସୋଲାର ପାଓ୍ବାର ପ୍ଲାଣ୍ଟରେ ଏଭଳି ଅଘଟଣ ଘଟିଛି। ଏଥିରେ ପ୍ରାୟ ୪୦୦ କୋଟି ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ବହୁ ମୂଲ୍ୟବାନ୍ ଯନ୍ତ୍ରାଂଶ ମଧ୍ୟ ନଷ୍ଟ ହୋଇଯାଇଛି। ଖବର ପାଇ ଏନଟିପିସିର ଅଧିକାରୀ ଏବଂ ଅଗ୍ନିଶମବାହିନୀ କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିଥିଲେ। ପୁଲିସ୍ ସିସି ଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରଖିଛି। ଅଗ୍ନିକାଣ୍ଡ ପଛରେ ସ୍ଥାନୀୟ ଲୋକଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଦୀର୍ଘ ଦିନରୁ କିଛି ସ୍ଥାନୀୟ ଲୋକ ପ୍ଲାଣ୍ଟ କାମକୁ ବିରୋଧ କରି ଆସୁଥିଲେ।

Shrutilipi ad