ପୋଖରୀରେ ପଡ଼ି ଶିଶୁ ମୃତ 

ରାଜ୍ୟ
ବାରିପଦା: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମହୁଲଡିହା ଗ୍ରାମକୁ ଝାରଖଣ୍ଡ ରାଜ୍ୟର ପରଶୁଡିହି ଥାନା ଅନ୍ତର୍ଗତ ଗଳାପତି ଗ୍ରାମର ରାଜେଶ ପାତ୍ରଙ୍କ  ପୁଅ ଅଭିଷେକ ପାତ୍ର  (୧୧)ମାମୁଁ  ଘରକୁ ଖରା ଛୁଟିରେ ବୁଲିବାକୁ ଆସିଥିଲେ ।ଆଜି ୧୧ ଟା ପାଖାପାଖି  ଶୌଚ ପାଇଁ ଯାଇ ପୋଖରୀ ଭିତରକୁ ଆସି ପଡ଼ି ବୁଡ଼ି ଯାଇଥିଲେ  ।ଘରେ ଲୋକେ ଖୋଜାଖୋଜି କରି ପୋଖରୀରୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ପରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ  ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ଭଣଜାକୁ ହରାଇ ମାମୁଁ ଘର ଗାଁ ରେ ଏକ ଵୋକାକୁଳ ପରିବେଶ ହୋଇଛି  ।
Shrutilipi ad