ବାରିପଦା- ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ପାଳନ ଉପଲକ୍ଷେ ବାରିପଦା ଠାରେ ଏପ୍ରିଲ 14 ତାରିଖରୁ ଆରମ୍ଭ ହୋଇଥିବା ମୟୁରଭଞ୍ଜର ମହାନ ଗଣପର୍ବ ବଳାଙ୍ଗୀ ମହୋତ୍ସବ ଉଦଯାପିତ ହୋଇ ଯାଇଛି. ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ସମ୍ମାନିତ ଅତିଥି ଭାବରେ ଶିକ୍ଷବିତ ସମାଜସେବୀ ମୂର୍ଚ୍ଛନା ଦାସପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ସୌରଭ ପଟ୍ଟନାୟକ, ଶଶୀକାନ୍ତ ମିଶ୍ର, ପଣ୍ଡିତ ଭାଗବତ ପଣ୍ଡା, ପ୍ରାଧ୍ୟାପକ ଗୀତିକାର ସୁନୀଲ କୁମାର ଜେନା, ମହୋତ୍ସବ କମିଟିର ଅଧ୍ୟକ୍ଷ ଅରବିନ୍ଦ ଦାସ, ଉପାଧ୍ୟକ୍ଷ ରାଜୀବ ରଞ୍ଜନ ସେନାପତି ପ୍ରମୁଖ ଯୋଗଦେଇ କଳା ସଂସ୍କୃତି ହିଁ ଗୋଟିଏ ଭୂଖଣ୍ଡର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ ବୋଲି କହିବା ସହିତ ବାରିପଦା ଠାରେ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡି ନଦୀର ତ୍ରିବେଣୀ ସଙ୍ଗମ ସ୍ଥଳୀରେ ଦୀର୍ଘ 23 ବର୍ଷ ଧରି ପାଳିତ ହୋଇ ଆସୁଥିବା ବଳାଙ୍ଗୀ ମହୋତ୍ସବ ମୟୁରଭଞ୍ଜ ଜିଲ୍ଲାରେ କଳା ସଂସ୍କୃତିର ସୁରକ୍ଷା ଏବଂ ସମୃଦ୍ଧି ପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଆସୁଛି ବୋଲି କହିଥିଲେ. ସହ ସମ୍ପାଦକ ଡ଼. ଶଶୀଧର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ, ଯୁବ ପ୍ରତିଭା ପିଣ୍ଟୁ ମାଈତି, ସାହିତ୍ୟିକ ଭାବରେ ପ୍ରଫେସର ବବ୍ରୁବାହାନ ମହାପାତ୍ର, ତୃପ୍ତି ଦାସ, ଡ଼. ଭାଗବତ ଲେଙ୍କା ଏବଂ ବିଜୟ କୁମାର ରାମ, ମେଳାର ପ୍ରତିଷ୍ଠାତା ସଦସ୍ୟ ଭାବରେ ସର୍ବେଶ୍ୱର ଶତପଥି, ସାମ୍ବାଦିକ ଭାବରେ ସନ୍ତୋଷ କୁମାର ବାଛିନି ଏବଂ କର୍ଣ୍ଣାଜୁନ ସାହା, ପୂଜାକର୍ତ୍ତା ଭାବରେ ରାଜୀବ ରଞ୍ଜନ ସେନାପତି ଏବଂ ସାଗରୀକା ସେନାପତି, ମୂର୍ତ୍ତୀ କାରିଗର ଭାବରେ ଶୋଭାକର ବେହେରା, ରୋଷେୟା ଭାବରେ ଦୁଖିଆ ଦେହୁରୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ଶେଷରେ ମହୋତ୍ସବ କମିଟିର ସମ୍ପାଦକ ଦୀପକ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ. ଏହି ଅବସରରେ ବିଭିନ୍ନ ବର୍ଗର କଳାକାର ମାନଙ୍କର ନୃତ୍ୟ ସହ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସାଂସ୍କୃତିକ ଦଳ ଯୋଗଦେଇ ସେମାନଙ୍କର କଳା କୌଶଳ ପ୍ରଦର୍ଶନ କରିଥିଲେ. ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମରେଶ ନାୟକ, ଉପାଧ୍ୟକ୍ଷ ମିଥୁନ ବାରିକ, ସମ୍ପାଦକ ସନତ ବାରିକ, ସଦସ୍ୟ ପଦ୍ମନାଭ ମହାପାତ୍ର, ଦିଲ୍ଲୀପ ପାତ୍ର, ରମାକାନ୍ତ ରାଉତ ପ୍ରମୁଖଙ୍କ ନେତୃତ୍ୱରେ ବହୁ ସ୍ବେଛାସେବୀ ମେଳା ପରିଚାଳନାରେ ସହଯୋଗ କରିଥିଲେ.
