Image 1730868997

ଟ୍ରମ୍ପଙ୍କ ପାଇଁ ହୋମ ଯଜ୍ଞ, ଭିଡିଓ ଭାଇରାଲ

ଆମେରିକାରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ। ଡୋନାଲ୍ଡ ଟ୍ରମ୍ପ ଓ କମଲା ହାରିସ୍‌ଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର। ଆଶା କରାଯାଉଛି ଯେ, ଭାରତୀୟ ବଂଶୋଦ୍ଭବ କମଲା ହାରିସ ଜିତିବେ। ଏହାରି ଭିତରେ ଦିଲ୍ଲୀର ସାଧୁ ଏବଂ ପୁରୋହିତମାନେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ କରିଛନ୍ତି ହୋମ ଯଜ୍ଞ। ତାଙ୍କ ବିଜୟ ପାଇଁ କରିଛନ୍ତି ପ୍ରାର୍ଥନା। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସାଧୁମାନେ ‘ଡୋନାଲ୍ଡ ଟ୍ରମ୍ପଙ୍କୁ ଭୋଟ୍ ଦେବାକୁ ଓ ଦୁନିଆକୁ ପୁଣି […]

Read More Text.
Image 1730865380

୪୦ ବିଦ୍ରୋହୀମାନଙ୍କୁ ଦଳରୁ ବହିଷ୍କାର କଲା ବିଜେପି

ପାଖେଇ ଆସିଲାଣି ମହାରାଷ୍ଟ୍ର ନିର୍ବାଚନ। ତେବେ ନିର୍ବାଚନ ପୂର୍ବରୁ ଆକ୍ସନ ମୁଡ୍‌ରେ ବିଜେପି। ବିଦ୍ରୋହୀ ନେତାଙ୍କ ବିରୋଧରେ ଦଳ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ। ୩୭ ଟି ଆସନରେ ବିଦ୍ରୋହ କରିଥିବା ୪୦ ବିଦ୍ରୋହୀମାନଙ୍କୁ ଦଳରୁ ବହିଷ୍କାର କରିଛି। ଏହାପୂର୍ବରୁ ଉଦ୍ଧବ ଠାକରେ ମଧ୍ୟ ଶିବସେନା-ୟୁବିଟିର ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଉଦ୍ଧବ ଠାକରେ ୫ ନେତାଙ୍କୁ ବହିଷ୍କାର କରିଥିଲେ, ଏଥିରେ ଭିଓ୍ୱଣ୍ଡିର ପୂର୍ବତନ ବିଧାୟକ ରୂପେଶ ମହାତ୍ରେ, ବିଶ୍ୱସ ନନ୍ଦେକର, […]

Read More Text.
Donald Trump

ପୁଣି ଥରେ ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ୍‌

ଅବ୍‌କି ବାର୍‌ ଟ୍ରମ୍ପ ସରକାର। ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ରେସ୍‌ରେ ​​ଡୋନାଲ୍ଡ ଟ୍ରମ୍ପ ବାଜି ମାରିଛନ୍ତି। ସେ ଜିତିଛନ୍ତି ହ୍ୱାଇଟ୍‌ ହାଉସ୍‌ ଲଢ଼େଇ। ୟୁଏସ୍‌ ମିଡିଆର ତଥ୍ୟ ଅନୁଯାୟୀ, ରିପବ୍ଲିକାନ୍‌ ପାର୍ଟିର ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସଙ୍କୁ ହରାଇଛନ୍ତି। ଡୋନାଲ୍ଡ ଆମେରିକାର ୪୭ତମ ରାଷ୍ଟ୍ରପତି ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କୁ ୨୭୭, କମଳା ହ୍ୟାରିସଙ୍କୁ ୨୨୬ ଭୋଟ୍‌ ମିଳିଛି। ୪ ବର୍ଷ ପରେ […]

Read More Text.
Khalistani 1730816874

ଖଲିସ୍ତାନୀଙ୍କ ବିରୋଧରେ ରଣହୁଙ୍କାର: କାନାଡାରେ ଏକାଠି ହେଲେ ହିନ୍ଦୁ ଓ ଶିଖ୍‌

ନୂଆଦିଲ୍ଲୀ : କାନାଡାରେ ରହିଥିବା ଖଲିସ୍ତାନ ସପକ୍ଷବାଦୀଙ୍କ ବିରୋଧରେ ଏକାଠି ହୋଇଛନ୍ତି ସେଠାରେ ରହୁଥିବା ହିନ୍ଦୁ ଓ ଶିଖ ସଂପ୍ରଦାୟର ଲୋକ। ଖଲିସ୍ତାନୀମାନେ ଦିନକ ତଳେ କାନାଡାର ବ୍ରାମ୍ପଟନରେ ଥିବା ଗୋଟିଏ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ସେମାନେ ହିନ୍ଦୁ ଶ୍ରଦ୍ଧାଳୁମାନଙ୍କୁ ମାଡ଼ ମାରିଥିଲେ। ଏହି ଘଟଣା ପରେ କାନାଡାର ହିନ୍ଦୁ ଓ ଶିଖ ସଂପ୍ରଦାୟର ଲୋକମାନେ ଖଲିସ୍ତାନୀଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି। ଆଜି ହଜାର ହଜାର ସଂଖ୍ୟାରେ ଭାରତୀୟ ବଂଶୋଦ୍ଭବମାନେ ଏକାଠି ହୋଇ ବିକ୍ଷୋଭ […]

Read More Text.
Image 1730804321

ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ଡିଜିପି ହେଲେ ସଞ୍ଜୟ କୁମାର ବର୍ମା

ମୁମ୍ବାଇ : ଆସନ୍ତା ୨୦ ତାରିଖରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ୧୯୯୦ ବ୍ୟାଚ୍‌ର ଆଇପିଏସ ସଞ୍ଜୟ କୁମାର ବର୍ମାଙ୍କୁ ରାଜ୍ୟର ପୁଲିସ୍‌ ମହାନିର୍ଦ୍ଦେଶକ ବା ଡିଜିପି ଭାବେ ନିଯୁକ୍ତି ମିଳିଛି। ବର୍ତ୍ତମାନ ଆଇପିଏସ ବର୍ମା ଲିଗାଲ ଓ ଟେକ୍ନିକାଲ ମହାନିର୍ଦ୍ଦେଶକ ଭାବେ କାମ କରୁଛନ୍ତି। ତତ୍କାଳ ଭାବେ ତାଙ୍କୁ ମହାରାଷ୍ଟ୍ର ଡିଜିପି କରାଯାଇଛି। ରଶ୍ମୀ ଶୁକ୍ଳାଙ୍କ ସ୍ଥାନରେ ସେ ଏବେ କାର୍ଯ୍ୟ କରିବେ। ରଶ୍ମୀ ଶୁକ୍ଳା ଡିଜିପି ଥିଲେ ହେଁ ଶାସକ ଦଳ […]

Read More Text.
Election Commission Of India 750x430

ୟୁପି, କେରଳ ଓ ପଞ୍ଜାବ ବିଧାନସଭା ଉପନିର୍ବାଚନ: ଭୋଟଗ୍ରହଣ ତାରିଖ ୧୩ରୁ ୨୦କୁ ଘୁଞ୍ଚିଲା

ନୂଆଦିଲ୍ଲୀ: ବିଭିନ୍ନ ରାଜନୈତିକ ଦଳଙ୍କ ଅନୁରୋଧ ରକ୍ଷାକରି ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ଉତ୍ତର ପ୍ରଦେଶ (ୟୁପି), କେରଳ ଓ ପଞ୍ଜାବର ମୋଟ ୧୪ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନକୁ ନଭେମ୍ବର ୧୩ରୁ ୨୦କୁ ଘୁଞ୍ଚାଇ ଦେଇଛନ୍ତି। ତେବେ ଫଳାଫଳ ଘୋଷଣା ତାରିଖ ନଭେମ୍ବର ୨୩କୁ ଅପରିବର୍ତ୍ତିତ ରଖାଯାଇଛି। ଆଗକୁ କାଲପଥି ରାସ୍ଥୋଲସାଭମ, କାର୍ତ୍ତିକ ପୂର୍ଣ୍ଣିମା ଏବଂ ଗୁରୁ ନାନକ ଦେବଙ୍କୁ ପ୍ରକାଶ ପର୍ବ ପାଳିତ ହେବାକୁ ଯାଉଥିବାରୁ ଉପନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଇସିଙ୍କ ନିକଟରେ […]

Read More Text.
Trump Harris 750x430

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ; ଇଲେକ୍ଟୋରାଲ କଲେଜ ପାଇଁ ଆଜି ଭୋଟ, ଜାନୁୟାରୀ ୨୦ରେ ଶପଥ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଇଲେକ୍ଟୋରାଲ କଲେଜ ସଦସ୍ୟ ମନୋନୟନ ନିମନ୍ତେ ଭୋଟଗ୍ରହଣ କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଆମେରିକାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପରୋକ୍ଷ ନିର୍ବାଚନ ଦ୍ବାରା ନିର୍ବାଚିତ ହୋଇଥାନ୍ତି। ପ୍ରଥମେ ପ୍ରତ୍ୟେକ ରାଜ୍ୟର ଭୋଟରମାନେ ଇଲେକ୍ଟୋରାଲ କଲେଜ ସଦସ୍ୟଙ୍କୁ ପ୍ରତ୍ୟକ୍ଷ ଭୋଟ ଜରିଆରେ ନିର୍ବାଚିତ କରିଥାନ୍ତି। ନଭେମ୍ବର ୨୦ରେ ଏହି ନିର୍ବାଚିତ ସଦସ୍ୟଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା […]

Read More Text.
Bangladesh Hindu Movement 750x430

ବାଂଲାଦେଶରେ ହିନ୍ଦୁ ଆନ୍ଦୋଳନକୁ ଭଣ୍ଡୁର ଯୋଜନା, ସାଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଢାକା: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁମାନେ ଚଳାଇଥିବା ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାର ୧୮ଜଣ ସାଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛନ୍ତି। ସାଧୁମାନେ ହିନ୍ଦୁ ଆନ୍ଦୋଳନର ନେତୃତ୍ବ ନେଉଥିବାରୁ ସେମାନଙ୍କୁ ମିଥ୍ୟା ମାମଲାରେ ଜେଲ୍‌ରେ ଭର୍ତ୍ତି କରିବାକୁ ସରକାର ଯୋଜନା ଚଳାଇଛନ୍ତି। ମାତ୍ର ସାଧୁଙ୍କ ବିରୋଧରେ ରୁଜୁ ହୋଇଥିବା ଦେଶଦ୍ରୋହ ମାମଲାକୁ ପ୍ରତ୍ୟାହାର କରିବାକୁ ଆନ୍ଦୋଳନକାରୀ ହିନ୍ଦୁ ସଂଗଠନଗୁଡିକ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର […]

Read More Text.
Capture 13 750x430

ରଣଥମ୍ଭୋର ଜାତୀୟ ଉଦ୍ୟାନରୁ ୨୫ ବାଘ ନିଖୋଜ, ଯାଞ୍ଚ କମିଟି ଗଠିତ

ନୂଆଦିଲ୍ଲୀ : ରାଜସ୍ଥାନର ରଣଥମ୍ଭୋର ଜାତୀୟ ଉଦ୍ୟାନରେ ଏକ ବାଘର ମୃତ୍ୟୁ ହେବା ସହ ୨୫ ବାଘ ନିଖୋଜ ଅଛନ୍ତି । ନିଖୋଜ ବାଘମାନଙ୍କ ସନ୍ଧାନ ପାଇଁ କମିଟି ଗଠନ ହୋଇଥିଲା । ଯାଞ୍ଚ ପରେ କୁହାଯାଇଛି କି ୧୧ଟି ବାଘ କ୍ୟାମେରା ଟ୍ରାପ ଓ ଅନ୍ୟାନ୍ୟ ମେସିନରେ ଗତ ବର୍ଷେ ହେବ ନଜର ଆସୁନଥିଲେ । ଉଦ୍ୟାନରେ ୧୪ ବାଘଟି ବର୍ଷେ ହେବ ଜୀବନ୍ତ ଥିବାର ପ୍ରମାଣ ମିଳୁନି । ଏଭଳି ସମୟରେ ୨୫ ବାଘ […]

Read More Text.
Wikipedia 1730795482

ଭୁଲ୍‌ ତଥ୍ୟ ଦେଉଛି Wikipedia, ନୋଟିସ୍‌ ଜାରି କଲେ ସରକାର

ନୂଆଦିଲ୍ଲୀ :ଭୁଲ୍‌ ତଥ୍ୟ ତଥା ସୂଚନା ଦେଉଛି Wikipedia। ଏଭଳି କିଛି ଏକାଧିକ ଅଭିଯୋଗ ଆସିବା ପରେ ଉଇକିପିଡ଼ିଆ ଉପରେ ବର୍ଷିଛନ୍ତି କେନ୍ଦ୍ର ସରକାର। ଏଥିସହ ତାକୁ ନୋଟିସ୍‌ ପଠାଇ ଏହି ଅଭିଯୋଗ ଉପରେ ଜବାବ ମାଗିଛନ୍ତି। ପକ୍ଷପାତିତା ଏବଂ ଭୁଲ ତଥ୍ୟ ଦେଉଥିବା ନେଇ ଉଇକିପିଡ଼ିଆ ବିରୋଧରେ ଅନେକ ଅଭିଯୋଗ ହୋଇଛି। ସୂତ୍ର ଅନୁଯାୟୀ ସରକାର ଉଇକିପିଡିଆକୁ ଏଖ ଚିଠି ପଠାଇ ମଧ୍ୟସ୍ଥି ପରିବର୍ତ୍ତେ ପ୍ରକାଶକ ଭାବରେ କାହିଁକି ଶ୍ରେଣୀଭୁକ୍ତ କରାଯିବା ଉଚିତ ନୁହେଁ ବୋଲି […]

Read More Text.