Qatar 750x430

ହମାସ ନେତାଙ୍କୁ ଦେଶ ଛାଡ଼ିବାକୁ କାତାରର ନିର୍ଦେଶ

ନୂଆଦିଲ୍ଲୀ : କାତାରରେ ଆତ୍ମଗୋପନ କରୁଥିବା ଆତଙ୍କବାଦୀ ସଂଗଠନ ହମାସର ନେତାମାନଙ୍କୁ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦେଶ ମିଳିଛି। ହମାସକୁ ସମର୍ଥନ ନ କରିବାକୁ ଆମେରିକାର ନିର୍ଦେଶ ପରେ ଚାପରେ ଆସି କାତାର ଏଭଳି ନିଷ୍ପତ୍ତି ନେଇଛି। ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଯୋଗୁ ଅନେକ ହମାସ ନେତା ନିପାତ ହୋଇଛନ୍ତି। ସେହି ଭୟରେ ହମାସର ବହୁ ନେତା କାତାର ଚାଲିଯାଇ ସେଠାରେ ଆତ୍ମଗୋପନ କରୁଛନ୍ତି। ସେପଟେ ଯୁଦ୍ଧ ବିରତି ଏବଂ ପଣବନ୍ଦୀ ଥିବା ନାଗରିକଙ୍କୁ ଛାଡ଼ିବାକୁ ବାରମ୍ବାର […]

Read More Text.
Imd

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: କିଛି ଦିନ ବ୍ୟବଧାନରେ ପୁଣି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଲଘୁଚାପରେ ପରିଣତ ହେବା ପରେ ପଶ୍ଚିମ ଦିଗକୁ ଗତି କରିବ ବୋଲି ସୂଚନା ମିଳିଛି । ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଲଘୁଚାପ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ତାମିଲନାଡୁ, ଶ୍ରୀଲଙ୍କା ଆଡ଼େ ମୁହାଁଇବ । ଏହାର ପ୍ରଭାବରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଭାରତ କେରଳ, ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ […]

Read More Text.
Image 1731068366

‘କାଲିଠାରୁ ନ୍ୟାୟ ପ୍ରଦାନ କରିପାରିବିନି..’; ବିଦାୟୀ ବାର୍ତ୍ତା ବେଳେ ଭାବବିହ୍ୱଳ ପ୍ରଧାନ ବିଚାରପତି

ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କର ଶେଷ କାର୍ଯ୍ୟଦିବସ ଥିଲା। ଶେଷ କାର୍ଯ୍ୟଦିବସରେ ଅବସରକାଳୀନ ବାର୍ତ୍ତା ବେଳେ ଭାବବିହ୍ୱଳ ହୋଇଛନ୍ତି ପ୍ରଧାନ ବିଚାରପତି। ସେ କହିଛନ୍ତି, କାଲିଠାରୁ ମୁଁ ଆଉ ନ୍ୟାୟ ପ୍ରଦାନ କରିପାରିବି ନାହିଁ। କିନ୍ତୁ ଏତିକିରେ ମୁଁ ସନ୍ତୁଷ୍ଟ ବୋଲି କହିଛନ୍ତି ବିଦାୟୀ ପ୍ରଧାନ ବିଚାରପତି। କ୍ଷମା ମାଗିଲେ ପ୍ରଧାନ ବିଚାରପତି ବିଦାୟୀ ବାର୍ତ୍ତା ବେଳେ ସିଜେଆଇ ଚନ୍ଦ୍ରଚୂଡ଼ କୋର୍ଟରେ କେବେ କାହା ମନରେ ଦୁଃଖ ଦେଇଥିଲେ ସେଥିପାଇଁ କ୍ଷମା ପ୍ରାର୍ଥନା […]

Read More Text.
Sal

ସଲମାନଙ୍କୁ ପୁଣି ମିଳିଲା ଧମକ

ଭାଇଜାନଙ୍କୁ ପୁଣି ମିଳିଛି ହତ୍ୟା ଧମକ। ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଆସିଛି ସଲମାନଙ୍କ ଉଦ୍ଦେଶ୍ୟରେ ଧମକପୂର୍ଣ୍ଣ ମେସେଜ୍। ଗତକାଲି ବିଳମ୍ବିତ ରାତିରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ଏହି ଧମକପୂର୍ଣ୍ଣ ମେସେଜ ମିଳିଥିବା ଜଣାଯାଇଛି। ଏଥିରେ କୁହାଯାଇଛି ସଲମାନ ଖାନ୍ ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ଏକ ଗୀତ ଲେଖାଯାଇଛି। ଗୀତ ଲେଖିଥିବା ବ୍ୟକ୍ତିଙ୍କୁ ଛଡ଼ାଯିବନି ।  ତାଙ୍କୁ ସେ ଭିତରେ ମାରିଦେବା ଲାଗି ଖୋଲା ଚେତାବନୀ ଦିଆଯାଇଛି। ତାଙ୍କର ଏପରି ଅବସ୍ଥା କରାଯିବ, ଯେ ସେ ନିଜ […]

Read More Text.
Image 1731064864

‘ଭାରତ ବିଶ୍ୱ ମହାଶକ୍ତି ହେବାକୁ ଯୋଗ୍ୟ’, ପ୍ରଶଂସାରେ ଶତମୁଖ ପୁଟିନ

ଭାରତ ପ୍ରଶଂସାରେ ଶତମୁଖ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ପୁଣିଥରେ ଭାରତର ପ୍ରଶଂସା କରି ପୁଟିନ ଭାରତକୁ ଏକ ମହାନ ଦେଶ ଭାବରେ ବର୍ଣ୍ଣନା କରିଛନ୍ତି। ଅନ୍ୟ ଦେଶ ତୁଳନାରେ ଭାରତର ଦ୍ରୁତ ଗତିରେ ଅର୍ଥନୈତିକ ଅଭିବୃଦ୍ଧି ଘଟୁଛି। ତେଣୁ ଭାରତ ବିଶ୍ୱର ମହାଶକ୍ତି ତାଲିକାରେ ଅନ୍ତର୍ଭୁକ୍ତ ହେବାକୁ ଯୋଗ୍ୟ ବୋଲି ପୁଟିନ କହିଛନ୍ତି। ରୁଷର ସୋଚି ସହରସ୍ଥିତ ଭାଲଡାଇ ଆଲୋଚନା କ୍ଲବରେ ଭାଷଣ ଦେବା ସମୟରେ ପୁଟିନ ଭାରତର ଅଗ୍ରଗତିକୁ ପ୍ରଶଂସା କରିଛନ୍ତି। ବିଶ୍ୱ ମଞ୍ଚରେ […]

Read More Text.
Image 1731041843

ସୁପ୍ରିମକୋର୍ଟରେ ଆଉ ରହିବନି ‘ଗ୍ରୀଷ୍ମକାଳୀନ ଅବକାଶ ଛୁଟି’

ସୁପ୍ରିମକୋର୍ଟରେ ଆଉ ରହିବନି ‘ଗ୍ରୀଷ୍ମକାଳୀନ ଅବକାଶ ଛୁଟି’। ଏହି ଶବ୍ଦର ସ୍ଥାନ ନେବ ‘ଆଂଶିକ ଅଦାଲତ କାର୍ଯ୍ୟ ଦିବସ’ । ନିଜ ନିୟମରେ ସଂଶୋଧନ କରି ସୁପ୍ରିମକୋର୍ଟ ପକ୍ଷରୁ ଏପରି ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟର ନିୟମର ସଂଶୋଧନ କରାଯାଇ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ସୁପ୍ରିମକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ଅଦାଲତର ଆଶିଂକ କାର୍ଯ୍ୟଦିବସର ସମୟ ସୀମା ଓ ଛୁଟିର […]

Read More Text.
Image 1731036432

କାନାଡାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣା, ପୂଜକ ନିଲମ୍ବିତ

ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। କାନାଡାର ବ୍ରମ୍ପଟନ୍‌ରେ ଥିବା ହିନ୍ଦୁ ସଭା ମନ୍ଦିରରେ ଥିବା ଭକ୍ତଙ୍କ ଉପରେ ଗତ ୩ ତାରିଖରେ ଖଲିସ୍ତାନୀଙ୍କ ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିନ୍ଦା କରିବା ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ଏହି ଘଟଣାରେ କାନଡା ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ଉକ୍ତ ମନ୍ଦିରର ପୂଜକଙ୍କୁ ନିଲମ୍ବିତ କରିଛନ୍ତି। ନିଜ ଭାଷଣ ମାଧ୍ୟମରେ ହିଂସା ଉସୁକାଇବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିବା କାନାଡ଼ା ପକ୍ଷରୁ […]

Read More Text.
Shahrukh 750x430

ସଲମାନଙ୍କ ପରେ ଏବେ ଶାହରୁଖଙ୍କୁ ହତ୍ୟା ଧମକ, ବାନ୍ଦ୍ରା ପୋଲିସ ଷ୍ଟେସନରେ ମାମଲା ରୁଜୁ

ମୁମ୍ବାଇ: ବଲିଉଡର ଷ୍ଟାର ସଲମାନ ଖାନଙ୍କ ପରେ କିଙ୍ଗ୍ ଖାନ୍ ଶାହାରୁଖ ଖାନଙ୍କୁ ହତ୍ୟା ଧମକ ମିଳିଥିବା ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି। ଶାହାରୁଖଙ୍କୁ ଧମକ ମିଳିବା ପରେ ବାନ୍ଦ୍ରା ପୁଲିସ ଷ୍ଟେସନରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି। ତଦନ୍ତ ସମୟରେ ପୁଲିସ ଆସିଥିବା ଧମକ କଳକୁ ଟ୍ରାକ କରିଥିଲା। ଏହି ଟ୍ରାକ ସମୟରେ କଲଟି ରାୟପୁରରୁ ଆସିଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ ଟିମ ତୁରନ୍ତ ରାୟପୁରରେ ଯାଇ ପହଞ୍ଚିଯାଇଛନ୍ତି। ସେଠାରେ […]

Read More Text.
Image 1730967308

ଛୋଟ ପିଲାଙ୍କୁ ଫେସ୍‌ବୁକ-ଇନଷ୍ଟାଗ୍ରାମ ଦେଖିବା ମନା, ଲାଗିଲା ବ୍ୟାନ୍‌

ଏଣିକି ଆଉ ସୋଶାଲ ମିଡିଆ ବ୍ୟବହାର କରିପାରିବେନି ଛୋଟ ପିଲା। ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମ ଦେଖି ପାରିବେନି ୧୬ ବର୍ଷରୁ କମ୍‌ ବୟସ୍କ। ବ୍ୟାନ୍‌ ଲାଗାଇଲେ ଅଷ୍ଟ୍ରେଲିଆ ସରକାର। ଗୁରୁବାର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ଏହି ନୂଆ ନିୟମ ଲାଗି କରିଛନ୍ତି। ନିୟମ ମୁତାବକ, ୧୬ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ ସୋଶାଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ପିଲାମାନଙ୍କର ବାପା-ମା’ଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଥିବା ସେ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ […]

Read More Text.
Neha 1730975886

ବେଙ୍ଗାଲୁରୁର ବିଚ୍‌ ରାସ୍ତାରେ ଓଡ଼ିଆ ଯୁବତୀଙ୍କୁ ଅସଦାଚରଣ କଲା ୧୦ ବର୍ଷର ପିଲା, ଭିଡିଓ ଭାଇରାଲ

କାମ ସାରି ଘରକୁ ଫେରୁଥିବା ବେଳେ ବେଙ୍ଗାଲୁରୁରେ ରହୁଥିବା ଜଣେ ଓଡ଼ିଆ ୟ୍ୟୁଟୁବରଙ୍କୁ ବିଚ୍‌ ରାସ୍ତାରେ ଅସଦାଚରଣ କରାଯାଇଛି। ଜଣେ ୧୦ ବର୍ଷର ପିଲା ଓଡ଼ିଆ ଯୁବତୀଙ୍କୁ ଅସଦାଚରଣ କରିଛି। ଯୁବତୀ ଜଣଙ୍କ ମଙ୍ଗଳବାର ରାତିରେ କାମ ସାରି ଘରକୁ ଫେରିଥିବା ବେଳେ ଏଭଳି ଘଟଣା ତାଙ୍କ ସହ ଘଟିଛି। ସେ ଘଟଣା ବେଳର ଭିଡିଓ ମଧ୍ୟ ସମସ୍ତଙ୍କୁ ଦେଖାଇଛନ୍ତି। ଅସଦାଚରଣର ଶିକାର ହୋଇଥିବା ଯୁବତୀ ଜଣଙ୍କ ହେଲେ ଓଡ଼ିଶାର ନେହା ବିଶ୍ୱାଳ। ସେ ଗୋଟିଏ ଭିଡିଓ […]

Read More Text.