ମୁଖ୍ୟମନ୍ତ୍ରୀ କପ ଫୁଟବଲ ଚାମ୍ପିୟନସିପ ଉଦଯାପିତ, ଡ୍ରାଗନ ଯୁବକ ସଙ୍ଘ ଚାମ୍ପିୟନ 

ଖେଳ
ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ତଥା ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଏସୋସିଏସନ, ଓଡିଶାର ସହଯୋଗରେ ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟ – ” ମୁଖ୍ୟମନ୍ତ୍ରୀ କପ ” ର ଫାଇନାଲ ମ୍ୟାଚରେ ଫିଉଚର ଷ୍ଟାର ସ୍ପୋର୍ଟସକୁ ଡ୍ରାଗନ ଯୁବକ ସଙ୍ଘ ୨-୧ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଛି I ଡ୍ରାଗନ ଦଳ ତରଫରୁ ହେମIନୟାଲ ବାସ୍କେ ଓ ବଂକିମ ବାସ୍କେ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିବା ବେଳେ ଫିଉଚର ଷ୍ଟାର ର ଧିରେନ ହାଁସଦା ଏକ ମାତ୍ର ଗୋଲ କରିଥିଲେ I ଉତ୍କଳମଣୀ ବେହେରା ମ୍ୟାଚ ରେଫେରି ଏବଂ ବାପୁନ କୁମାର ମହାନ୍ତ,ରବୀନ୍ଦ୍ର ନାଥ ଟୁଡୁ, ସମ୍ରାଟ ହେମ୍ବ୍ରମ, ରତ୍ନାକର ସୋରେନ, ଶାନ୍ତନୁ କୁମାର ନାୟକ ଓ ଯୁଗ ସେଙ୍ଗେଲ ସୋରେନ ଖେଳ ପରିଚାଳନା କରିଥିଲେ I  ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ପ୍ରକାଶ ସୋରେନ, ସ୍ୱତନ୍ତ୍ର ଅତିଥି ଭାବେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଓ ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ ଏବଂ ସମ୍ମାନିତ ଅତିଥି ଭାବେ ପୂର୍ବତନ ରେଶମ ବୋର୍ଡର ଅଧ୍ୟକ୍ଷ ସଂଜୀବ ମହାନ୍ତି ଯୋଗ ଦେଇ ଯୁବ ପ୍ରତିଭା ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ପୁରସ୍କାର ବିତରଣ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଫାଓ ଉପ ସଭାପତି ଅସିତ ପତି, ଜିଲ୍ଲା କ୍ରୀଡା ଅଧିକାରୀ ସୁଭାଶିଷ ନାୟକ, ମୟୁରଭଞ୍ଜ ଏଥଲେଟକ ଏସୋସିଏସନର ଉପ ସଭାପତି ମନୋଜ କୁମାର ସାଓ, ସମ୍ପାଦକ ବିଜୟ କୁମାର ଦାସ, କୋଷାଧକ୍ଷ ଅମିତାଭ ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ରବୀନ୍ଦ୍ର ମହାନ୍ତି ହରପ୍ରସାଦ ପାତ୍ର, ଅମ୍ବିକା ରାଉତ ଓ ପ୍ରସନ୍ନଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ I ଉଭୟ ଦଳକୁ ମୁଖ୍ୟମନ୍ତ୍ରୀ କପ ଟ୍ରଫି ପ୍ରଦାନ କରାଯାଇଥିଲା I ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିଲେ I ପ୍ରକାଶ ଥାଉକି ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ମୟୁରଭଞ୍ଜ ଜିଲ୍ଲା ପାଇଁ ଖେଳାଳି ଚୟନ କରାଯାଇଛି I ଚୟନକର୍ତ୍ତା ଭାବେ ଯୋଗ ଦେଇ ପୂର୍ବତନ ଫାଓ ଉପ ସଭାପତି ପ୍ରଦୀପ କିଶୋର ମହାନ୍ତି ଓ ଫୁଟବଲ କୋଚ ଅବନୀ ମୋହନ ମହାନ୍ତି ଖେଳାଳି ଚୟନ କରୁଥିଲେ I
Shrutilipi ad