ରାଜ୍ୟ ସ୍ତରୀୟ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଜିଲ୍ଲା ଦଳ ପାଇଁ ଚୟନ ଶିବିର ୧୩ ଓ ୧୪ ତାରିଖରେ 

ଖେଳ
ବାରିପଦା : ରାଜ୍ୟ ସ୍ତରୀୟ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅବସରରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଜିଲ୍ଲା ଦଳ ପାଇଁ ଚୟନ ଶିବିର ଚଳିତ ମାସ ୧୩ ଓ ୧୪ ତାରିଖ ଦିନ ଅନୁଷ୍ଠିତ ହେବ ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I ଇଛୁକ ଖେଳାଳି ବାରିପଦା ଷ୍ଟାଡିୟମ ଅଫିସରେ ୧୧ ଓ ୧୨ ତାରିଖ ମଧ୍ୟରେ ନିଜ ନିଜର ଆଧାର କାର୍ଡ ଓ ପାସପୋର୍ଟ ଫୋଟୋ ଦାଖଲ କରି ନିଜର ନାମ ପଞ୍ଜିକରଣ କରିପାରିବେ ବୋଲି କ୍ରିକେଟ ସହ ସମ୍ପାଦକ ପ୍ରସନ୍ନଜିତ ମହାନ୍ତିଙ୍କ ସୂତ୍ରରୁ ପ୍ରକାଶ I ପ୍ରକାଶ ଥାଉକି ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ କଟକ ଠାରେ ୧୬ ତାରିଖ ଠାରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ବୋଲି କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଜଣାଇଛନ୍ତି I
Shrutilipi ad