ରାତ୍ର କାଳୀନ ମଙ୍ଗୁଲି କପ କ୍ରିକେଟ ଟୁର୍ନାମେଣ୍ଟ, ଦେବତାଗଢିଆ ଚମ୍ପିୟାନ

ଖେଳ

ଆଗରପଡ଼ା :ବନ୍ତ ବ୍ଲକ ଛୟାଳସିଂ ପଂଚାୟତ ମଙ୍ଗୁଲି ଠାରେ ଅଷ୍ଟମ ତମ ରାତ୍ର କାଳୀନ ମଙ୍ଗୁଲି କପ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମ୍ୟାଚରେ ମଙ୍ଗୁଲିକୁ ହରାଇ ଦେବତାଗଢିଆ ଚମ୍ପିୟାନ ହୋଇଛି । ମୁଖ୍ୟ ଅତିଥିଭାବେ ମଙ୍ଗୁଲି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମାକାନ୍ତ ରାଉତ,ଶିକ୍ଷୟତ୍ରୀ ବିଦ୍ୟୁତପ୍ରଭା ମଲ୍ଲିକ ଯୋଗଦେଇ ଏହି କ୍ରିକେଟ ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ । ଏଥିରେ ୮ଗୋଟି ଟିମ ଯୋଗଦେଇଥିଲେ । ଫାଇନାଲ ମ୍ୟାଚ ମଙ୍ଗୁଲି ଓ ଦେବତାଗଢିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲେ । ପ୍ରଥମେ ମଙ୍ଗୁଲି ବ୍ୟାଟିଂ କରି ନିର୍ଦ୍ଦାରିତ ୬ ଓଭରରେ ୬ ୱିକେଟ ହରାଇ ୫୭ ରନ ସଂଗ୍ରହ କରିଥିବା ବେଳେ ନିର୍ଦ୍ଧାରିତ ରନକୁ ପିଛା କରି ଦେବତାଗଢିଆ ୫ ଓଭର ୩ ଗୋଟି ବଲରେ ୫ୱିକେଟ ବିନିମୟରେ ୫୮ ରନ କରି ବିଜୟ ହାସଲ କରିଥିଲା । ପୁରସ୍କାର ବିତରଣୀ ସଭାରେ ବିଶିଷ୍ଟ କ୍ରୀଡ଼ାବିତ ତଥା ଶିକ୍ଷକ ସୋମନାଥ ବିଶ୍ୱାଳ ଚମ୍ପିୟାନ ଦଳକୁ ଟ୍ରଫି ଓ ନଗଦ ଅର୍ଥ ରାଶି ପ୍ରଦାନ କରିଥିବା ବେଳେ ରନର୍ସ ଦଳକୁ ସମାଜସେବୀ ଗୁଣମଣି ଘଡ଼ାଇ ଟ୍ରଫି ପ୍ରଦାନ କରିଥିଲେ । ମେନଅଫଦି ଟୁର୍ନାମେଣ୍ଟ ଟ୍ରଫିକୁ ଭବାନୀ ବିଶ୍ୱାଳ, ମ୍ୟାନଏଫଦିମ୍ୟାଚ ଟ୍ରଫିକୁ ସୁଧାକର ନାଥ ପ୍ରଦାନ କରିଥିଲେ । ଅକ୍ଷୟ ରାଉତ, ସୁଧାକର ନାଥ, ଭବାନୀ ବିଶ୍ୱାଳ, ଅକ୍ଷୟ ଘଡ଼ାଇ ଅମ୍ପାୟାର କାର୍ଯ୍ୟ ତୁଲାଇଥିବା ବେଳେ ନାରାୟଣ ଚନ୍ଦ୍ର ଦାଶ, ହରେକୃଷ୍ଣ ପରିଡା ଭାଷ୍ୟକାର କାର୍ଯ୍ୟ ତୁଲାଇଥିଲେ । ସ୍କୋରର ଭାବରେ ପ୍ରସନ୍ନ ଭାରତୀ ବିଶ୍ୱାଳ,ସିଲୁ ଜେନା, ବିକାଶ ପରିଡା କାର୍ଯ୍ୟ ତୁଲାଇଥିଲେ । ଏହି ରାତ୍ରକାଳୀନ ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟକୁ ମଙ୍ଗୁଲି କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜନ କରାଯାଇଥିଲା ।

Shrutilipi ad