ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧୦ମ ମ୍ୟାଚ – ରାଇରଙ୍ଗପୁର ବିଜୟୀ

ଖେଳ

ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧୦ମ ମ୍ୟାଚରେ ରାଇରଙ୍ଗପୁର କ୍ଲବ ମୟୁରଭଞ୍ଜ ଗ୍ରୀନକୁ ୧୦୨ ରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ରାଇରଙ୍ଗପୁର ୩୦ ଓଭରରେ ସମସ୍ତ ଉଇକେଟ ହରାଇ ୧୫୮ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଜୟ କୁମାର ୫୪ ଓ ଶୁଭମ ସାହୁ ୪୭ ରନ କରିଥିଵା ବେଳେ ବିପକ୍ଷ ଦଳର ବିବେକ ମହାନ୍ତି ୬ ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ମୟୁରଭଞ୍ଜ ଗ୍ରୀନ ୧୩. ୨ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୫୬ ରନ ସଂଗ୍ରହ କରିପାରିଥିଲେ I ଦଳ ପକ୍ଷରୁ ସୁମନ ମାହାନା ୨୨ ରନ କରିଥିବା ବେଳେ ବିପକ୍ଷ ଦଳର ମାନସ ରଞ୍ଜନ ପଟ୍ଟନାୟକ ୫ ଟି ଉଇକେଟ ଅକ୍ତିଆର କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଅମିତାଭ ପଟ୍ଟନାୟକ ଓ ଦିଲ୍ଲୀପ କୁମାର ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂ ରେ ସହାୟତା ପ୍ରଦାନ କରିଥିଲେ I ପୂର୍ବତନ ବରିଷ୍ଠ କ୍ରିକେଟ ଖେଳାଳି ପ୍ରଭାସ ଚନ୍ଦ୍ର ଘଡେଇ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I

Shrutilipi ad