Img 20250822 wa0173

ଅନ୍ତର୍ଜାତୀୟ ବେଡ଼ମିଣ୍ଟନ ଡବଲ୍ସରେ ଚମକିଲେ ମୟୁରଭଞ୍ଜର ଆୟୁଷ

ଖେଳ
ବାରିପଦା: ଘାନାର ଆକ୍ରା ଠାରେ ଅନୁଷ୍ଠିତ ଘାନା ଗ୍ରାଣ୍ଡ ସ୍ଲାମ – ୨୦୨୫ ରେ ଭାରତ ପାଇଁ ପ୍ରତିନିଧିତ୍ବ କରିଥିବା ଦୁଇ ଖେଳାଳି ରନର୍ସ ଆପ ହୋଇ ଭାରତ, ଓଡିଶା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି I ଜୁଲାଇ ୨୮ ରୁ ଚଳିତ ମାସ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ବେଡ଼ମିଣ୍ଟନ ପ୍ରତିଯୋଗିତାରେ ମୟୁରଭଞ୍ଜର ଆୟୁଷ ପଟ୍ଟନାୟକ ଓ ଅନୁଗୁଳର ଅବିନାଶ ମହାନ୍ତିଙ୍କ ଯୋଡ଼ି ଫାଇନାଲ ମ୍ୟାଚରେ ଇଣ୍ଡୋନେସିଆର ପୁଲୁଙ୍ଗ ରାମଧାନ ଓ ଅଂଶେଳମୁସ ବ୍ରେଗିଡ ଫ୍ରେଡିଙ୍କ ଯୋଡି ଠାରୁ ୧୧-୨୧ ଓ ୧୩-୨୧ ସେଟରେ ପରାସ୍ତ ହୋଇ ରନର୍ସ ଅପ ହେବା ସହ ରୌପ୍ୟ ପଦକ ହାସଲ କରିଛନ୍ତି I ଏହି ସଫଳତା ପାଇଁ ଜିଲ୍ଲାପାଳ ହେମାକାନ୍ତ ସୟ, ଜିଲ୍ଲା କ୍ରୀଡା ଅଧିକାରୀ ଶୁଭାଶିଷ ନାୟକ, ବେଡ଼ମିଣ୍ଟନ ଏସୋସିଏସନର ସମ୍ପାଦକ ବିଭୁତିଭୂଷଣ ଦାସ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି I ଆୟୁଷଙ୍କ ସଫଳତା ଯୁବ ବେଡ଼ମିଣ୍ଟନ ଖେଳାଳିଙ୍କ ମଧ୍ୟରେ ପ୍ରେରଣା ଯୋଗାଇଦେବ ବୋଲି ସମ୍ପାଦକ ଶ୍ରୀ ଦାସ ପ୍ରକାଶ କରିଛନ୍ତି I ପ୍ରକାଶ ଥାଉକି ବାରିପଦା ମୁନିସିପାଲିଟି ଅନ୍ତର୍ଗତ ବେଲଗଡ଼ିଆର ଆୟୁଷ ଇଣ୍ଡୋର ଷ୍ଟାଡିୟମରେ କୋଚ ବିଭୁତି ଭୂଷଣଙ୍କ ଠାରୁ ଖେଳ ଆରମ୍ଭ କରି ପରବର୍ତ୍ତୀ ସମୟରେ ଜିଲ୍ଲା, ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉନ୍ନତମାନର ଖେଳ ପ୍ରଦର୍ଶନ କରି ବହୁବାର ପୁରସ୍କୃତ ହୋଇଛନ୍ତି I
Shrutilipi ad