Img 20250821 wa0172

ରାଜ୍ୟସ୍ତରୀୟ ହକି ଚମ୍ପିୟାନସିପରେ ମୟୁରଭଞ୍ଜ ସବଜୁନିୟର ବାଳିକା ଦଳର ସଫଳତା

ଖେଳ
ବାରିପଦା : ହକି ଏସୋସିଏସନ ଅଫ ଓଡିଶା ଆନୁକୂଲ୍ୟରେ ରାଉରକେଲାଠାରେ ଅନୁଷ୍ଠିତ ୪ର୍ଥ ରାଜ୍ୟସ୍ତରୀୟ ସବ ଜୁନିୟର ବାଳିକା ହକି ଚମ୍ପିୟାନସିପରେ ମୟୁରଭଞ୍ଜ ଦଳ ବେଶ ସଫଳତା ହାସଲ କରିଛି I ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରି ମୟୁରଭଞ୍ଜ ଦଳ ଶକ୍ତିଶାଳୀ ନୟାଗଡକୁ ୯-୦ ଏବଂ ଅନୁଗୁଳକୁ ୨-୦ ଗୋଲରେ ପରାସ୍ତ କରି କ୍ଵାଟର ଫାଇନାଲରେ ପ୍ରବେଶ କରିଛି I ତତସହିତ ଏହି ସଫଳତା ପରେ ମୟୁରଭଞ୍ଜ ଦଳ ଜାତୀୟ ସ୍ତରୀୟ ଅସ୍ମିତା ଖେଲୋ ଇଣ୍ଡିଆ ହକି ଚମ୍ପିୟାନସିପରେ ଅଂଶଗ୍ରହଣ କରିବା ପାଇଁ ସୌଭାଗ୍ୟ ଅର୍ଜନ କରିଛି ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଶୁଭାଶିଷ ନାୟକ ଜଣାଇଛନ୍ତି I ପ୍ରକାଶଥାଉକି ମୋରଡା ବ୍ଲକ ସ୍ଥିତ ଚଢେଇଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ତୃଣମୂଳ ସ୍ତରରେ କୁନିକୁନି ହକି ପ୍ରତିଭା ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇଛି I ଏହି କେନ୍ଦ୍ରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅଭିଜ୍ଞ ହକି ପ୍ରଶିକ୍ଷକଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଉଅଛି I ଖବର ପାଇ ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡା ବିଭାଗ, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସମସ୍ତ କର୍ମଚାରୀ ତଥା ବିଭିନ୍ନ ମହଲରୁ ଦଳକୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ମ୍ୟାଚ ପାଇଁ ଶୁଭକାମନା ଜଣାଇଛନ୍ତି I
Shrutilipi ad