Rew

ଜାତୀୟ କନିଷ୍ଠ ରଗବୀ ରୌପ୍ୟ ବିଜେତା ଦଳରେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀର ୨ ଖେଳାଳୀ

ଖେଳ
ବାରିପଦା – ଚଳିତ ମାସ ୮ ରୁ ୯ ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଡେରାଡୁନ ଠାରେ ଶେଷ ହୋଇଥିବା ୭ମ ଜାତୀୟ କନିଷ୍ଠ ରଗବୀ ପ୍ରତିଯୋଗିତା-୨୦୨୫ ରେ ଓଡ଼ିଶା ଦଳ ରୌପ୍ୟ ପଦକ ହାସଲ କରିଥିବା ବେଳେ, ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀର ୨ ଜଣ ବାଳିକା ଓଡ଼ିଶା ଦଳରେ ସ୍ଥାନ ପାଇ ବିଜୟ ହେବାର ବିଶେଷ ଭୂମିକା ଗ୍ରହଣ କରିଥିଲେ ସେମାନେ ହେଲେ; ସୁମିତ୍ରା ମୁର୍ମୁ ଓ ନମିତା ହେମ୍ବ୍ରମ  I ତାଙ୍କର ଏହି ସଫଳତାର ଖବର ପାଇ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଏକାଡେମୀର ନିର୍ଦ୍ଦେଶକ ଅମର କୁମାର ସେଠୀ, ଉପଦେଷ୍ଟା ସୋମନାଥ ସିଂହ, ମଙ୍ଗଲ ହାଁସଦା, କୋଚ ରୁପାଲୀ ସୋରେନ, ବାରିପଦା ଶାଖା ପରିଚାଳକ ରଣଜିତ ରାଉତ, ପ୍ରଶିକ୍ଷକ ଚନ୍ଦନ ସିଂ, ରାଜକିଶୋର ପାତ୍ର, ତରଣୀସେନ ନାୟକ, ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସଙ୍କ ସମେତ ବହୁ କ୍ରୀଡ଼ାବିତ  ଅଭିନନ୍ଦନ ଜଣାଇବା ସହ ସଫଳତା କାମନା କରିଛନ୍ତି  I
Shrutilipi ad