Img 20250607 wa0187

୧ମ ବାର୍ଷିକ ଡି ଆର କେ କପ ଦିବାରାତ୍ର ୨୦-୨୦ କ୍ରିକେଟ ଟୁର୍ଣ୍ଣIମେଣ୍ଟର ୩ୟ ଦିନ : ଲାଲବଜାର ୱରିୟାର୍ସ ୩ ଉଇକେଟରେ ବିଜୟୀ

ଖେଳ
ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ଡି ଆର କେ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧ମ ବାର୍ଷିକ ଡି ଆର କେ କପ ଦିବାରାତ୍ର ୨୦ – ୨୦ କ୍ରିକେଟ ଟୁର୍ଣ୍ଣIମେଣ୍ଟର ୩ୟ ଦିନର ମ୍ୟାଚରେ ଲାଲବଜାର ୱରିୟାର୍ସ ପରି ଚାଲେଞ୍ଜର୍ସକୁ ୩ ଉଇକେଟରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ପରି ଚାଲେଞ୍ଜର୍ସ ୨୦ ଓଭରରେ ୮  ଉଇକେଟ ହରାଇ ୧୬୨ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ପ୍ରିତମ ବେହେରା ୫୯, ଅବିନାଶ ଖଣ୍ଡେଲୱାଲ ୨୫ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ସୂର୍ଯ୍ୟକାନ୍ତ ପ୍ରଧାନ ଓ ମନୁ ରାମ ୨ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଲାଲବଜାର ୱରିୟାର୍ସ ୧୮. ୧ ଓଭରରେ ୭ ଉଇକେଟ ହରାଇ ୧୬୬ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ଅଧିନାୟକ ମନୁ ରାମ ୫୭, ଜୟ କୁମାର ୩୯ ଓ ଦୀପକ କୁମାର ମହାନ୍ତ ୩୫ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ପ୍ରିତମ ପଣ୍ଡା, ମେରି ଲୋକନାଥ ଓ ୟାସିନ ଆଲାମ ୨ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଅମ୍ପାୟାର ଆଶୁତୋଷ ପାଣି ଓ ଦିଲ୍ଲୀପ ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରଂରେ ସହାୟତା କରିଥିଲେ I ସୋମନାଥ ସିଂହ ଓ ବୁବୁ ସିନ୍ହା ଧାରବିବରଣୀ ପ୍ରଦାନ କରିଥିଲେ I ଅତିଥି ଭାବେ ପୂର୍ବତନ କ୍ରିକେଟ ଖେଳାଳି ଲଲାଟେନ୍ଦୁ ବେହେରା, ରୂପକ ମହାନ୍ତି ଏବଂ ସୁଶାନ୍ତ ଦାସ (ବାପୁନ) ତଥା ଟୁର୍ଣ୍ଣI ମେଣ୍ଟର କାର୍ଯ୍ୟକାରୀ ସମ୍ପାଦକ ନିରୋଜ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ମୁଖ୍ୟ ଆୟୋଜକ ଅମିତାଭ ଦାସ, ସହ ଆୟୋଜକ ସତ୍ୟନାରାୟଣ ଜୀଉ, ମାନସ ଧଳ, ରୁପମ ମହାନ୍ତି ଅମିତ ପରିଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
Shrutilipi ad