Img 20250606 wa0136

DRK କପ୍‌ ଦିବାରାତ୍ର ୨୦-୨୦ କ୍ରିକେଟ ଟୁର୍ଣ୍ଣIମେଣ୍ଟ, ୨ୟ ଦିନରେ ରାଫେଲ ରୋକେଟ୍ସ ୮ ଉଇକେଟରେ ବିଜୟୀ

ଖେଳ
ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ଡି ଆର କେ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧ମ ବାର୍ଷିକ ଡି ଆର କେ କପ ଦିବାରାତ୍ର ୨୦ – ୨୦ କ୍ରିକେଟ ଟୁର୍ଣ୍ଣIମେଣ୍ଟର ୨ୟ ଦିନର ମ୍ୟାଚରେ ରାଫେଲ ରୋକେଟ୍ସ ପରି ଚାଲେଞ୍ଜର୍ସକୁ ୮ ଉଇକେଟରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ପରି ଚାଲେଞ୍ଜର୍ସ ୨୦ ଓଭରରେ ୫ ଉଇକେଟ ହରାଇ ୧୫୪ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ତାପସ କୁମାର ରାଉତ ୫୭, ଅବିନାଶ ଖଣ୍ଡେଲୱାଲ ୨୫ ଓ ନୌତ୍ତମ ଭଞ୍ଜ ୨୦ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ମାନସ ଧଳ ୨ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ରାଫେଲ ରୋକେଟ୍ସ ୧୬ ଓଭରରେ ୨ ଉଇକେଟ ହରାଇ ୧୫୭ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ଅଧିନାୟକ ଅମିତ ପରିଡା ଅପରାଜିତ ୫୪, ପ୍ରୀତପାଲ ସିଂହ ଅପରାଜିତ ୪୩ ଓ ସୌମ୍ୟ ରଞ୍ଜନ ମହାନ୍ତ ୨୮ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ନୌତ୍ତମ ଭଞ୍ଜ ୨ଟି ଯାକ ଉଇକେଟ ଅକ୍ତିଆର କରିଥିଲେ I ଆଶୁତୋଷ ପାଣି ଓ ଦିଲ୍ଲୀପ ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରଂରେ ସହାୟତା କରିଥିଲେ I ସୋମନାଥ ସିଂହ ଓ ବୁବୁ ସିନ୍ହା ଧାରବିବରଣୀ ପ୍ରଦାନ କରିଥିଲେ I ଅତିଥି ଭାବେ ଯୋଗ ଦେଇ ପୂର୍ବତନ କ୍ରିକେଟ ଖେଳାଳି ତଥା ଟୁର୍ଣ୍ଣIମେଣ୍ଟର ସାଧାରଣ ସମ୍ପାଦକ ସଂଜୀବ ଦ୍ବିବେଦୀ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସମ୍ପାଦକ ନିରୋଜ ସାହୁ ଓ ମୁଖ୍ୟ ଆୟୋଜକ ଅମିତାଭ ଦାସ ଉପସ୍ଥିତ ଥିଲେ I
Shrutilipi ad