Img 20250603 wa0216

୧୯ ବର୍ଷରୁ କମ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣIମେଣ୍ଟରେ ମୟୁରଭଞ୍ଜ ପୁରୁଷ ଦଳର ଅଂଶଗ୍ରହଣ

ଖେଳ
ବାରିପଦା : କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୧୯ ବର୍ଷରୁ କମ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣIମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ମୟୁରଭଞ୍ଜ ଦଳ ଘୋଷିତ ହୋଇଯାଇଛି I ଦଳରେ ଲୋକନାଥ ପୃଷ୍ଟି (ଅଧିନାୟକ), ଚନ୍ଦନ ସିଂହ, ସାହିଲ କୁମାର ମହାନ୍ତ, ବ୍ରିଜେଶ ମିଶ୍ର, ଜୀତ ଦେ, ପ୍ରିୟଙ୍କ ପଟ୍ଟନାୟକ, ମହମ୍ମଦ ଏ. ରାଜା, ରୋଶନ ଚୌଧୁରୀ (ଉପ ଅଧିନାୟକ),  ଆୟୁଷ କୁମାର ଗିରି, ରୋହନ କୁମାର ସାହୁ, ଗମ୍ଭୀର ମହାନ୍ତ, ଗଣେଶ୍ୱର ସିଂହ, ସୁରାଇ ହେମ୍ବ୍ରମ, ଏମ ଏମ ଅମନ ପ୍ରସାଦ, ଦିବ୍ୟ ରଞ୍ଜନ ସାହୁ ଓ ଆଭାସ ସୁଲତାନିଆ ସାମିଲ ଅଛନ୍ତି I ଦଳ ସହିତ ମ୍ୟାନେଜର ଭାବେ ସୁଶାନ୍ତ ମହାନ୍ତି ଓ କୋଚ ସାଇବା ସିଂ ଆଜି କଟକ ଅଭିମୁଖେ ଯାତ୍ରା କରିଛନ୍ତି I ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, କ୍ରିକେଟ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ବରିଷ୍ଠ କ୍ରୀଡ଼ାବିତ ବିଜୟ କୁମାର ଦାସ (ମଣ୍ଟୁ ଦା) ଓ ଯୋଗେଶ୍ୱର ପାଲବାବୁ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ମୟୁରଭଞ୍ଜ ତାର ପ୍ରଥମ ମ୍ୟାଚ କଳାହାଣ୍ଡି ସହ ୪ ତାରିଖ ଦିନ ଖେଳିବ ବୋଲି କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଜଣାଇଛନ୍ତି I
Shrutilipi ad