ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧୦ମ ଦିନର ଖେଳରେ ସେଣ୍ଟ ଏନିଜ କନଭେଣ୍ଟ ସ୍କୁଲ ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ – ଜି କୁ ୨ ରନରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ସେଣ୍ଟ ଏନିଜ କନଭେଣ୍ଟ ସ୍କୁଲ ୨୦ ଓଭରରେ ୭ ଉଇକେଟ ହରାଇ ୮୮ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ମୋଦିଶ ମହାନ୍ତ ୨୨ ରନ କରିଥିବା ବେଳେ ବିପକ୍ଷ ଦଳର ଶୁଭମ ମହାନ୍ତି ୨ ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଟିମ – ଜି ୧୮. ୩ ଓଭରରେ ସମସ୍ତ ଉଇକେଟ ହରାଇ ୮୬ ରନ ସଂଗ୍ରହ କରିଥିଲେ I
ଦଳ ପକ୍ଷରୁ ତରୁଣକାନ୍ତି ମାର୍ଣ୍ଡି ୨୪ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର କେଶବ ଖଣ୍ଡେଲୱାଲ ୪ ଟି ଉଇକେଟ ଅକ୍ତିଆର କରିବା ସହ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଅତିଥି ଆଇନଜୀବୀ ସରୋଜ କୁମାର ଦାସଙ୍କ ସମେତ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ ଓ ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ପ୍ରମୁଖ ଉପସ୍ଥିତ ରହି ଯୁବ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଦିଲ୍ଲୀପ କୁମାର ଦାସ ଓ ସୁଶାନ୍ତ ମହାନ୍ତି ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂରେ ସହାୟତା ପ୍ରଦାନ କରିଥିଲେ I ଆସନ୍ତା କାଲି ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ – ଜି ଏବଂ ଟିମ – ଏଫ ମଧ୍ୟରେ ଖେଳ ଅନୁଷ୍ଠିତ ହେବ I

