Img 20250524 wa0165

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୮ମ ଦିନର ଖେଳ; ସେଣ୍ଟ ଏନିଜ ସ୍କୁଲ ୪ ଉଇକେଟରେ ବିଜୟୀ

ଖେଳ
ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୮ମ ଦିନର ଖେଳରେ ସେଣ୍ଟ ଏନିଜ କନଭେଣ୍ଟ ସ୍କୁଲ ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ – ଏଫ କୁ ୪ ଉଇକେଟରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଟିମ- ଏଫ ୧୭. ୪  ଓଭରରେ ସମସ୍ତ ଉଇକେଟ ହରାଇ ୮୨ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଅବତାର ମହାପାତ୍ର ୩୧ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର କେଶବ ଖଣ୍ଡେଲୱାଲ ଓ ଅଭିନୀତ ଷଡ଼ଙ୍ଗୀ ୩ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ସେଣ୍ଟ ଏନିଜ ସ୍କୁଲ ୧୪. ୩  ଓଭରରେ ୬ ଉଇକେଟ ହରାଇ ୮୫ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ସୁଜିତ ଖଣ୍ଡେଲୱାଲ ୩୨ ରନ ସଂଗ୍ରହ କରିବା ସହ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଆଇନଜୀବୀ ଶ୍ୱେତକେତୁ ଦତ୍ତ, ବିଶିଷ୍ଟ ବ୍ୟବସାୟୀ ଲକ୍ଷଣ କୁମାର ମହାପାତ୍ର, ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା, ପୂର୍ବତନ କାଉନସିଲର ବିଜୟ କୁମାର ସିଂହ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ ଓ ଅଶୋକ ପଟ୍ଟନାୟକ ଉପସ୍ଥିତ ରହି ଯୁବ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଦିଲ୍ଲୀପ କୁମାର ଦାସ ଓ ସୁଶାନ୍ତ ମହାନ୍ତି ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂରେ ସହାୟତା ପ୍ରଦାନ କରିଥିଲେ I ଆସନ୍ତା କାଲି ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ – ଏଫ ଏବଂ ଟିମ – ଡି ମଧ୍ୟରେ ଖେଳ ଅନୁଷ୍ଠିତ ହେବ I
Shrutilipi ad