ବାରିପଦା : ଏସିଆ ରଗବୀ ସେଭେନସ୍ ସିରିଜ୍ -୨୦୨୫ ର ଭାରତୀୟ ଦଳ ପ୍ରି-କ୍ୟାମ୍ପରେ ମୟୁରଭଞ୍ଜର ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀରୁ ୨ ଖେଳାଳି ସ୍ଥାନ ପାଇଛନ୍ତି। ପ୍ରି- କ୍ୟାମ୍ପ ରେ ସର୍ବ ଭାରତୀୟ ସ୍ତରରେ ୧୬ ଜଣ ଖେଳାଳୀ ମନୋନୀତ ହୋଇଥିବ ବେଳେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀର ସୁନିତା ହାଁସଦା ଓ ସନ୍ଧ୍ୟାରାଣୀ ଟୁଡୁ ସ୍ଥାନ ପାଇଛନ୍ତି। ବାରିପଦା ବ୍ଲକ୍ ସ୍ଥିତ ରଙ୍ଗାମାଟିଆ ଗ୍ରାମର ପିତା ସାଗରାମ ହାଁସଦା ଓ ମାତା କାପୁରା ହାଁସଦାଙ୍କ ବଡ଼ ଝିଅ ସୁନିତା ହାଁସଦା ପୂର୍ବରୁ ୯ ଥର ଓଡ଼ିଶା ଦଳକୁ ପ୍ରତିଧ୍ୱନିତ କରି ଅନେକ ସଫଳତା ସାଉଁଟିଛନ୍ତି ଏବଂ ରାଧିକାଶୋଳ ଗ୍ରାମର ପିତା ଲକ୍ଷ୍ମୀଧର ଟୁଡୁ ଓ ମାତା ଫୁଲମଣି ଟୁଡୁଙ୍କ ଝିଅ ସନ୍ଧ୍ୟାରାଣୀ ଟୁଡୁ ପୂର୍ବରୁ ୧୧ ଥର ଓଡିଶାକୁ ଓ ଗୋଟିଏ ଥର ଭାରତୀୟ ବିଶ୍ବ ବିଦ୍ୟାଳୟ ରଗବୀ ଦଳକୁ ପ୍ରତିଧ୍ଵନିତ୍ଵ କରି ଅନେକ ସଫଳତା ପାଇଛନ୍ତି। ଦୁହେଁ ବାରିପଦା ବ୍ଲକ୍ ସ୍ଥିତ ରାଣୀଭୋଳ ବାଳିକା ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ରଗବୀ ଖେଳିବା ଆରମ୍ଭ କରିଥିଲେ I ବର୍ତ୍ତମାନ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀରେ ରହି ପ୍ରଶିକ୍ଷଣ ନେଉଛନ୍ତି। ତାଙ୍କର ଏହି ସଫଳତାର ଖବର ପାଇ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଏକାଡେମୀର ନିର୍ଦ୍ଦେଶକ ଅମର କୁମାର ସେଠି, ଉପଦେଷ୍ଟା ସୋମନାଥ ସିଂହ, ମଙ୍ଗଲ ହାଁସଦା, କୋଚ ରୁପାଲୀ ସୋରେନ, ବାରିପଦା ଶାଖା ପରିଚାଳକ ରଣଜିତ ରାଉତ, ପ୍ରଶିକ୍ଷକ ଚନ୍ଦନ ସିଂ, ରାଜକିଶୋର ପାତ୍ର, ତରଣୀସେନ ନାୟକ, ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସଙ୍କ ସମେତ ବହୁ କ୍ରୀଡ଼ାବିତ ଅଭିନନ୍ଦନ ଜଣାଇବା ସହ ସଫଳତା କାମନା କରିଛନ୍ତି I

